ସମ୍ଭାବ୍ୟ ବାତ୍ୟା: ପ୍ରବଳ ବର୍ଷା ପାଇଁ ରାଜ୍ୟର ତିନି ଜିଲ୍ଲାକୁ ୟେଲୋ ୱାର୍ଣ୍ଣିଂ 

ଭୁବନେଶ୍ୱର – ବଙ୍ଗୋପ ସାଗରରେ ସମ୍ଭାବ୍ୟ ବାତ୍ୟା ହାମୁନକୁ ଦୃଷ୍ଟିରେ ରଖି ରାଜ୍ୟର ତିନିଟି ଜିଲ୍ଲାକୁ ୟେଲୋ ୱାର୍ଣ୍ଣିଂ ଜାରି କରାଯାଇଛି।

ବଙ୍ଗୋପସାଗରରେ ସକ୍ରିୟ ଗଭୀର ଅବପାତ ଆଜି ବାତ୍ୟାରେ ପରିଣତ ହୋଇପାରେ । ଆସନ୍ତାକାଲି ସକାଳ ସୁଦ୍ଧା ଭଦ୍ରକ, କେନ୍ଦ୍ରାପଡ଼ା ଓ ଜଗତସିଂହପୁର ଜିଲ୍ଲାରେ ପ୍ରବଳ ବର୍ଷା ସମ୍ଭାବନା ଥିବାରୁ ୟେଲୋ ୱାର୍ଣ୍ଣିଂ ଜାରି କରିଛି ପାଣିପାଗ ବିଭାଗ । ଏଥିସହ ମତ୍ସ୍ୟଜୀବୀଙ୍କୁ ସମୁଦ୍ର ମନା କରାଯାଇଛି। ଅକ୍ଟୋବର ୨୫ ତାରିଖ ସକାଳ ଯାଏଁ ଓଡ଼ିଶା ଉପକୂଳରେ ପବନର ବେଗ ୪୦ରୁ ୬୦ କିମି ଯାଏ ରହିବ । ତେଣୁ ୨୫ ଯାଏ ସମୁଦ୍ର ଅତି ଅଶାନ୍ତ ରହିବା ଆଶଙ୍କା ରହିଥିବାରୁ ମତ୍ସ୍ୟଜୀବୀଙ୍କୁ ଅକ୍ଟୋବର ୨୫ ଯାଏ ସମୁଦ୍ରକୁ ଯିବା ପାଇଁ ବାରଣ କରାଯାଇଛି।

Comments are closed.