୫-ଟି ଉପକ୍ରମ ଓ ନବୀନ ଓଡ଼ିଶା କାର୍ଯ୍ୟକ୍ରମର ଅଧ୍ୟକ୍ଷ ନିଯୁକ୍ତ ହେଲେ ଭି.କେ ପାଣ୍ଡିଆନ

ଭୁବନେଶ୍ୱର – ଭିଆରଏସ ନେଇଥିବା ବରିଷ୍ଠ ଆଇଏଏସ ତଥା ମୁଖ୍ୟମନ୍ତ୍ରୀଙ୍କ ପୂର୍ବତନ ୫ଟି ତଥା ବ୍ୟକ୍ତିଗତ ସଚିବ ଭି.କେ ପାଣ୍ଡିଆନଙ୍କୁ ମିଳିଛି ନୂଆ ନିଯୁକ୍ତି। ୫-ଟି ଉପକ୍ରମ ଓ ନବୀନ ଓଡ଼ିଶାର ଅଧ୍ୟକ୍ଷ ଭାବେ ପାଣ୍ଡିଆନଙ୍କୁ ନିଯୁକ୍ତି ଦିଆଯାଇଛି। ସେ ଜଣେ କ୍ୟାବିନେଟ ପାହ୍ୟା ମନ୍ତ୍ରୀ ସଦୃଶ କାର୍ଯ୍ୟ କରିବେ । ମୁଖ୍ୟମନ୍ତ୍ରୀଙ୍କ ପ୍ରତ୍ୟକ୍ଷ ତତ୍ତ୍ଵାବଧାନରେ କାର୍ଯ୍ୟ କରିବେ ପୂର୍ବତନ ୫-ଟି ସଚିବ । ପାଣ୍ଡିଆନଙ୍କ ନୂଆ ନିଯୁକ୍ତି ନେଇ ସାଧାରଣ ପ୍ରଶାସନ ବିଭାଗ ପକ୍ଷରୁ ବିଜ୍ଞପ୍ତି ଜାରି କରାଯାଇଛି।

ସୂଚନାଯୋଗ୍ୟ ଯେ, ଭି.କେ ପାଣ୍ଡିଆନ ପ୍ରଶାସନିକ ସେବାରୁ ଭିଆରଏସ ନେଇଛନ୍ତି । ତାଙ୍କର ଆବେଦନକୁ କେନ୍ଦ୍ର କାର୍ମିକ ମନ୍ତ୍ରାଳୟ ମଞ୍ଜୁର କରିଥିଲେ ।

Comments are closed.