ସିକିମ ବନ୍ୟାରେ ନିଖୋଜ ୨୩ ଯବାନଙ୍କ ମଧ୍ୟରୁ ଓଡ଼ିଶାର ଜଣେ

ଭୁବନେଶ୍ୱର – ସିକିମରେ ବାଦଲ ଫଟା ବର୍ଷାରୁ ଭୀଷଣ ବନ୍ୟାରେ ନିଖୋଜ ହୋଇଯାଇଥିବା ୨୩ ଜଣ ଯବାନଙ୍କ ମଧ୍ୟରୁ ଜଣେ ଓଡ଼ିଶାର ଅଛନ୍ତି। ଢେଙ୍କାନାଳ ଜିଲ୍ଲା ଭୁବନ ବ୍ଲକ କାମାକ୍ଷାନଗର ଥାନା ଦିଘି ପଞ୍ଚାୟତ କେନ୍ଦୁଢ଼ିପ ଗାଁର ରାମ ଚନ୍ଦ୍ର ଦାସଙ୍କ ସାନପୁଅ ହାବିଲଦାର ସ‌ରୋଜ କୁମାର ଦାସ ମଧ୍ୟ ନିଖୋଜଙ୍କ ମଧ୍ୟରେ ଅଛନ୍ତି । ସରୋଜ ୨୦୧୨ ମସିହା ଅକ୍ଟୋବର ୨୧ ତାରିଖରେ ସେନାରେ ସିପାହୀ ଭାବେ ନିଯୁକ୍ତି ପାଇଥିଲେ। ଶେଷ ଥର ପାଇଁ ସେ ମଙ୍ଗଳବାର ଘର ଲୋକଙ୍କ ସହ ଫୋନରେ କଥା ହୋଇଥିଲେ । ଏ ବର୍ଷ ଅଗଷ୍ଟ ମାସରେ ସେ ଘରକୁ ଛୁଟିରେ ଆସିଥିଲେ।

Comments are closed.