ଟ୍ରେନ ଧକ୍କାରେ ଗଲା ହାତୀର ଜୀବନ 

କେନ୍ଦୁଝର – କେନ୍ଦୁଝର ଜିଲ୍ଲାରେ ଆଉ ଏକ ହାତୀ ମୃତ୍ୟୁ। ମାଲବାହୀ ଟ୍ରେନ୍ ଧକ୍କାରେ ଏକ ମାଈ ହାତୀର ଜୀବନ ଯାଇଛି । କେନ୍ଦୁଝର ଜିଲ୍ଲା ଚମ୍ପୁଆ ରେଞ୍ଜ ବାମେବାରୀ ସେକ୍ସନ ନୟାଗଡ଼ ବିଟ୍‌ ଜଗନ୍ନାଥପୁର ଗ୍ରାମ ନିକଟରେ ଘଟିଛି ଏହି ଘଟଣା ଘଟିଛି । କେନ୍ଦୁଝର ଡିଏଫ୍‌ଓଙ୍କ ସୂଚନା ଅନୁଯାୟୀ ଆଜି ସକାଳ ୫ଟାରୁ ୬ଟା ମଧ୍ୟରେ ଏହି ଘଟଣା ଘଟିଛି। ସେହି ଅଞ୍ଚଳରେ ହାତୀର ଉପସ୍ଥିତି ନେଇ ସତର୍କ ସୂଚନା ଜାରି କରାଯାଇଥିଲେ ମଧ୍ୟ ଦୁର୍ଘଟଣା ଘଟିଛି । କୁହୁଡି ଯୋଗୁଁ ଦୁର୍ଘଟଣା ଘଟି ଥାଇପାରେ ବୋଲି ଡିଏଫଓ କହିଛନ୍ତି। ଘଟଣା ନେଇ ବନ ବିଭାଗ ପକ୍ଷରୁ ରେଳ ବିଭାଗ ଅଧିକାରୀଙ୍କୁ ସୂଚନା ଦିଆଯାଇଛି। ଭେଟିନାରୀ ଟିମ୍‌, ରେଳବାଇ ପୁଲିସ୍ ଓ ସ୍ଥାନୀୟ ପୋଲିସକୁ ମଧ୍ୟ ସୂଚନା ଦିଆଯାଇଛି।

ତିନି ଦିନ ପୂର୍ବେ ଏକ ହାତୀ ଛୁଆର ମୃତ୍ୟୁ ହୋଇଥିଲା । ବନ ବିଭାଗ ପକ୍ଷରୁ ବର୍ଷା ଜଳ ସଂରକ୍ଷଣ ପାଇଁ ଖୋଲାଯାଇଥିବା ଏକ ଗାତରେ ପଡିଯାଇଥିଲା ଏକ ମାଈ ହାତୀ ଛୁଆ । ଗୁରୁତର ଅବସ୍ଥାରେ ତାକୁ ଉଦ୍ଧାର କରାଯାଇଥିଲେ ମଧ୍ୟ ଚିକିତ୍ସାଧୀନ ଅବସ୍ଥାରେ ମୃତ୍ୟୁ ହୋଇଥିଲା।

Comments are closed.