ବଢ଼ିଲା ଟିମ୍ ଇଣ୍ଡିଆର ଟେନସନ୍, ଇଂଲଣ୍ଡ ଓ ଶ୍ରୀଲଙ୍କା ବିପକ୍ଷରେ ବି ଖେଳିବେନି ପାଣ୍ଡ୍ୟା

ନୂଆଦିଲ୍ଲୀ: ଅଲରାଉଣ୍ଡର ହାର୍ଦ୍ଦିକ ପାଣ୍ଡ୍ୟାଙ୍କୁ ନେଇ ଟିମ୍ ଇଣ୍ଡିଆର ଟେନସନ୍ ବଢ଼ିଯାଇଛି । ଆହତ କାରଣରୁ ନ୍ୟୁଜିଲ୍ୟାଣ୍ଡ ବିପକ୍ଷ ମ୍ୟାଚରୁ ବଞ୍ଚିତ ହୋଇଥିବା ପାଣ୍ଡ୍ୟା ପରବର୍ତ୍ତୀ ଦୁଇଟି ମ୍ୟାଚ୍‌ ବି ଖେଳିବେନି । ସେ ଇଂଲଣ୍ଡ ଏବଂ ମୁମ୍ବାଇରେ ଶ୍ରୀଲଙ୍କା ବିପକ୍ଷ ମ୍ୟାଚ୍ ପାଇଁ ମଧ୍ୟ ମିସ୍ କରିବେ ବୋଲି ଜଣାପଡିଛି । ତେବେ ଦକ୍ଷିଣ ଆଫ୍ରିକା ଓ ନେଦରଲ୍ୟାଣ୍ଡ୍ସ ବିପକ୍ଷ ଭାରତର ଶେଷ ଦୁଇଟି ଲିଗ୍ ମ୍ୟାଚ୍ ପାଇଁ ସେ ଉପଲବ୍ଧ ହେବେ ।

ଗତ ସପ୍ତାହରେ ପୁଣେରେ ବାଂଲାଦେଶ‌ ବିପକ୍ଷ ମ୍ୟାଚରେ ନିଜ ବୋଲିଂରେ ଫିଲ୍ଡିଂ କଲାବେଳେ ଗୋଡ଼ ମୋଡ଼ି ହୋଇଯିବାରୁ ହାର୍ଦ୍ଦିକ ପାଣ୍ଡ୍ୟା ପଡ଼ିଆ ଛାଡିଥିଲେ । ସେ ପୁଣେରୁ ସିଧାସଳଖ ବେଙ୍ଗାଲୁରୁର ନ୍ୟାସନାଲ କ୍ରିକେଟ୍ ଏକାଡେମୀ (ଏନସିଏ) ଯାଇଥିଲେ । ସେ ଆଘାତରୁ ସମ୍ପୂର୍ଣ୍ଣ ମୁକୁଳିନଥିବା ଜଣାପଡ଼ିଛି ।

ଟିମ୍ ମ୍ୟାନେଜମେଣ୍ଟ ହାର୍ଦ୍ଦିକ ସମ୍ପୂର୍ଣ୍ଣ ଫିଟ୍ ହୁଅନ୍ତୁ ବୋଲି ଚାହୁଁଛି । ସେ ଶେଷ ଦୁଇଟି ମ୍ୟାଚ୍ ପାଇଁ ଫିଟ୍ ହୋଇଯିବେ ବୋଲି ଦଳ ଆଶାବାଦୀ ଅଛି । ଚଳିତ ବିଶ୍ୱକପ୍‌ରେ ଭାରତୀୟ ଦଳ ପାଞ୍ଚଟିରୁ ପାଞ୍ଚ ମ୍ୟାଚ୍ ଜିତି ପଏଣ୍ଟ୍ ଟେବୁଲର ଶୀର୍ଷରେ ରହିଛି । ଭାରତ ସେମିଫାଇନାଲରେ ପହଞ୍ଚିବା ଊଣା ଅଧିକେ ନିଶ୍ଚିତ ହୋଇଯାଇଛି । ତେଣୁ ଟିମ୍ ମ୍ୟାନେଜମେଣ୍ଟ ସେମିଫାଇନାଲ ପାଇଁ ଜଣେ ଫିଟ୍ ପାଣ୍ଡ୍ୟା ଚାହୁଁଛି ।

Comments are closed.