ଜାତୀୟ କ୍ରୀଡା : ମହିଳା ଭାରୋତ୍ତଳନରେ ଓଡ଼ିଶାର ଝିଲ୍ଲୀ ଦଳବେହେରାଙ୍କୁ ବ୍ରୋଞ୍ଜ

ଭୁବନେଶ୍ୱର – ଗୋଆରେ ଚାଲିଥିବା ଜାତୀୟ କ୍ରୀଡାର ଭାରୋତ୍ତଳନରେ ଓଡ଼ିଶାକୁ ଏକ ପଦକ ମିଳିଛି। ମହିଳା ବିଭାଗର ୪୯ କିଲୋଗ୍ରାମ ବର୍ଗରେ ଓଡ଼ିଶାର ଝିଲ୍ଲୀ ଦଳବେହେରା ବ୍ରୋଞ୍ଜ ପଦକ ହାସଲ କରିଛନ୍ତି। ଝିଲ୍ଲୀ ମୋଟ ୧୬୭ କିଲୋଗ୍ରାମ ଓଜନ ଉଠାଇଥିଲେ। ଏହି ବର୍ଗରେ ଜ୍ଞାନେଶ୍ୱରୀ ଯାଦବ ସ୍ୱର୍ଣ୍ଣ, ପ୍ରୀତି ରୋୖପ୍ୟ ପଦକ ହାସଲ କରିଛନ୍ତି।

୩୭ତମ ଜାତୀୟ କ୍ରୀଡା ଆସନ୍ତାକାଲି ଉଦଘାଟନ ହେବ । କିନ୍ତୁ ଉଦଘାଟନ ପୂର୍ବରୁ କିଛି ଇଭେଣ୍ଟ ଆରମ୍ଭ ହୋଇଯାଇଛି। ଓଡ଼ିଶା ଜାତୀୟ କ୍ରୀଡା ପାଇଁ ୩ ଶହ ଜଣିଆ ଦଳ ପଠାଇଛି । ଜାତୀୟ କ୍ରୀଡାରେ ଓଡିଶାର ସ୍ୱର୍ଣ୍ଣ ବିଜେତାଙ୍କୁ ୫ ଲକ୍ଷ, ରୌପ୍ୟ ପଦକ ଜିତିଲେ ୩ ଲକ୍ଷ ଓ ବ୍ରୋଞ୍ଜ ଜିତିଲେ ୨ ଲକ୍ଷ ଟଙ୍କା ମିଳିବ ବୋଲି ରାଜ୍ୟ ସରକାର ଘୋଷଣା କରିଛନ୍ତି।

Comments are closed.