ଗୋଆ ଜାତୀୟ କ୍ରୀଡା: ଜିମ୍ନାଷ୍ଟ ପ୍ରଣତି ନାୟକ ଜିତିଲେ ସ୍ୱର୍ଣ୍ଣ

ଭୁବନେଶ୍ୱର – ଗୋଆରେ ଆରମ୍ଭ ହୋଇଥିବା ୩୭ତମ ଜାତୀୟ କ୍ରୀଡାରେ ଉଦୀୟମାନ ଜିମ୍ନାଷ୍ଟ ପ୍ରଣତି ନାୟକ ଓଡ଼ିଶା ପାଇଁ ପ୍ରଥମ ସ୍ୱର୍ଣ୍ଣ ପଦକ ହାସଲ କରିଛନ୍ତି। ମହିଳା ଆର୍ଟିଷ୍ଟିକ ଜିମ୍ନାଷ୍ଟିକ୍ସର ଅଲରାଉଣ୍ଡ ଇଭେଣ୍ଟରେ ପ୍ରଥମ ସ୍ଥାନ ଅଧିକାର କରି ସ୍ୱର୍ଣ୍ଣ ପଦକ ହା‌ସଲ କରିଛନ୍ତି ପ୍ରଣତି । ସୂଚନାଯୋଗ୍ୟ ଯେ, ପ୍ରଣତି ନିକଟରେ ଶେଷ ହୋଇଥିବା ହାଙ୍ଗଝୁ ଏସୀୟ କ୍ରୀଡାରେ ଭାରତୀୟ ଜିମ୍ନାଷ୍ଟିକ୍ସ ଦଳରେ ସ୍ଥାନ ପାଇଥିଲେ ।

ପୂର୍ବରୁ ମହିଳା ଭାରୋତ୍ତଳନର ୪୯ ଓଡ଼ିଶାର ଝିଲ୍ଲୀ ଦଳବେହେରା ବ୍ରୋଞ୍ଜ ଜିତି ଓଡ଼ିଶା ପାଇଁ ଚଳିତ ଜାତୀୟ କ୍ରୀଡାରେ ପ୍ରଥମ ପଦକ ଜିତିଥିଲେ।

Comments are closed.