ସରକାର ଓ ଘରୋଇ ବସ୍ ମାଲିକ ମଧ୍ୟରେ ଆଲୋଚନା

ଭୁବନେଶ୍ବର – ସରକାର ଓ ଘରୋଇ ବସ୍ ମାଲିକ ସଂଘ ମଧ୍ୟରେ ଆଜି ଆଲୋଚନା ହୋଇଛି । ଆଲୋଚନା ସଫଳ ହୋଇଛି ବୋଲି କହିଛନ୍ତି ପରିବହନ ମନ୍ତ୍ରୀ ଟୁକୁନି ସାହୁ । ଆଉ ବସ୍ ଧର୍ମଘଟ ହେବ ନାହିଁ ବୋଲି ଆଲୋଚନା ପରେ ପରିବହନ ମନ୍ତ୍ରୀ କହିଛନ୍ତି। ଘରୋଇ ବସ୍ ମାଲିକ ସଂଘ ଚଳିତ ମାସ ୩୦ ତାରିଖ ସୁଦ୍ଧା ଲିଖିତ ଭାବେ ଦାବି ଜଣାଇବ । ପରିବହନ କମିଟି ସଂଘର ଦାବି ଉପରେ ବିଚାର କରିବ ।ଯେଉଁ ବ୍ଲକରେ ପରିବହନ ସେବା ନାହିଁ, ଏବେ ସେଠାରେ ଲକ୍ଷ୍ମୀ ବସ୍ ଗଡ଼ିବ ବୋଲି ମନ୍ତ୍ରୀ ଟୁକୁନି ସାହୁ କହିଛନ୍ତି।

Comments are closed.