ପାରା ଏସୀୟ କ୍ରୀଡା ଦୃଷ୍ଟିବାଧିତ ଚେସରେ ସ୍ୱର୍ଣ୍ଣ ସହ ଦୁଇଟି ପଦକ ଜିତିଲେ ଓଡ଼ିଶାର ସୌନ୍ଦର୍ଯ୍ୟ ପ୍ରଧାନ

ହାଙ୍ଗଝୁ – ପାରା ଏସୀୟ କ୍ରୀଡା ଦୃଷ୍ଟିବାଧିତ ଚେସରେ ଓଡ଼ିଆ ତାରକା ସୌନ୍ଦର୍ଯ୍ୟ ପ୍ରଧାନଙ୍କ କମାଲ। ବ୍ୟକ୍ତିଗତ ବିଭାଗରେ ରୌପ୍ୟ ପଦକ ହାସଲ ପରେ ଟିମ୍ ଇଭେଣ୍ଟରେ ସ୍ୱର୍ଣ୍ଣ ଜିତିଛନ୍ତି ସୌନ୍ଦର୍ଯ୍ୟ । ପୁରୁଷ ଚେସ ବି୧ ( ବ୍ୟକ୍ତିଗତ ) ଇଭେଣ୍ଟରେ ସୌନ୍ଦର୍ଯ୍ୟ ପ୍ରଧାନ ରୌପ୍ୟ ଜିତିଥିଲେ। ଏଥର ପାରା ଏସୀୟ କ୍ରୀଡାରେ ପ୍ରମୋଦ ଭଗତଙ୍କ ପରେ ପଦକ ଜିତିବାରେ ସୈ।ନ୍ଦର୍ଯ୍ୟ ହେଉଛନ୍ତି ଦ୍ୱିତୀୟ ଓଡ଼ିଆ । ପ୍ରମୋଦ ଭଗତ ବ୍ୟାଡମିଣ୍ଟନରେ ଗୋଟିଏ ସ୍ୱର୍ଣ୍ଣ ସହ ମୋଟ ତିନିଟି ପଦକ ହାସଲ କରିଛନ୍ତି।

Comments are closed.