ରାଜ୍ୟ ସମ୍ମାନ ସହ ସ୍ୱରୂପ ନାୟକଙ୍କ ଶେଷକୃତ୍ୟ ସମ୍ପନ୍ନ

କଟକ – ପଞ୍ଚଭୂତରେ ଲୀନ ହେଲେ ବିଶିଷ୍ଟ ସଙ୍ଗୀତ ନିର୍ଦ୍ଦେଶକ ସ୍ବରୂପ ନାୟକ। କଟକ ସତୀ ଚଉରାରେ ରାଷ୍ଟ୍ରୀୟ ମର୍ଯ୍ୟାଦା ସହ ତାଙ୍କର ଶେଷକୃତ୍ୟ ଆଜି ସଂପନ୍ନ ହୋଇଛି । ବଡ଼ ଝିଅ ନିବୃତ୍ତି ନାୟକ ମୁଖାଗ୍ନି ଦେଇଥିଲେ। ଗତକାଲି ୭୭ ବର୍ଷ ବୟସରେ ସ୍ୱରୂପ ନାୟକଙ୍କ ପରଲୋକ ହୋଇଯାଇଥିଲା । ଗଳା କର୍କଟ ରୋଗରେ ପୀଡ଼ିତ ହୋଇ ଏକ ଘରୋଇ ହସ୍ପିଟାଲରେ ଚିକିତ୍ସିତ ହେଉଥିଲେ ସ୍ୱରୂପ ନାୟକ। ସେ ଅନେକ ଓଡ଼ିଆ ଚଳଚ୍ଚିତ୍ରରେ ସଂଗୀତ ନିର୍ଦ୍ଦେଶନା ଦେଇଥିଲେ। ସଙ୍ଗୀତ ନିର୍ଦ୍ଦେଶକ ଭାବେ ତାଙ୍କର ପ୍ରଥମ ଚଳଚ୍ଚିତ୍ର ଥିଲା ହୀରାନିଳା। ସେ ମଧ୍ୟ ଜଣେ ଗୀତିକାର ଓ ଗାୟକ ଥିଲେ । କିଛି ଚଳଚ୍ଚିତ୍ରରେ ସ୍ୱରୂପ ନାୟକ ଅଭିନୟ ବି କରିଥିଲେ ।

Comments are closed.