ପାରଦ ଖସୁଛି, ଶୀତ ବଢୁଛି : ରାଜ୍ୟର ୪ଟି ସହରର ରାତି ତାପମାତ୍ରା ୧୫ ଡିଗ୍ରୀ ତଳେ

ଭୁବନେଶ୍ୱର – ରାଜ୍ୟରେ ଅନୁଭୂତ ହେଲାଣି ଶୀତ । ବିଭିନ୍ନ ସ୍ଥାନରେ ପାରଦ ଖସିବାରେ ଲାଗିଛି । ରାତି ତାପମାତ୍ରା ହ୍ରାସ ପାଉଛି । ଭୁବନେଶ୍ୱର ଆଞ୍ଚଳିକ ପାଣିପାଗ କେନ୍ଦ୍ରର ସୂଚନା ଅନୁସାରେ ରାଜ୍ୟର ୪ଟି ସହରର ରାତି ତାପମାତ୍ରା ୧୫ ଡିଗ୍ରୀ ତଳେ ରହିଥିଲା । ୧୩ ଡିଗ୍ରୀ ସହ ଫୁଲବାଣୀ ଓ ଜି. ଉଦୟଗିରି ସବୁଠୁ ଥଣ୍ଡା ସ୍ଥାନ ହୋଇଛନ୍ତି।

କୋରାପୁଟରେ ୧୩.୮ ଓ ଦାରିଙ୍ଗବାଡ଼ି ତାପମାତ୍ରା ୧୪ ଡିଗ୍ରୀ ସେଲସିୟସ ରେକର୍ଡ କରାଯାଇଛି।

ଚଳିତ ସିଜନରେ ରାଜଧାନୀ ଭୁବନେଶ୍ବରରେ ପ୍ରଥମ ଥର ପାଇଁ ରାତି ତାପମାତ୍ରା ୨୦ ଡିଗ୍ରୀ ତଳକୁ ଖସିଛି । ଭୁବନେଶ୍ୱରରେ ତାପମାତ୍ରା ୧୯.୭ ଓ କଟକରେ ୨୦.୨ ଡିଗ୍ରୀ ସେଲସିୟସ ରେକର୍ଡ କରାଯାଇଛି।

Comments are closed.