ଜିଲ୍ଲାସ୍ତରୀୟ ବିପର୍ଯ୍ୟୟ ପ୍ରଶମନ ଦିବସ: ଗୋଷ୍ଠୀର ଭୂମିକା ଉପରେ ଗୁରୁତ୍ୱାରୋପ 

ସମ୍ବଲପୁର: ଜିଲ୍ଲାସ୍ତରୀୟ ଓଡିଶା ରାଜ୍ୟ ବିପର୍ଯ୍ୟୟ ପ୍ରସ୍ତୁତି ଓ ଜାତୀୟ ବିପର୍ଯ୍ୟୟ ପ୍ରଶମନ ଦିବସ ଆଜି ସ୍ଥାନୀୟ ଜିଲ୍ଲା ପରିଷଦ ସମ୍ମିଳନୀ କକ୍ଷ ଠାରେ ଅନୁଷ୍ଠିତ ହୋଇଯାଇଛି। ଅତିରିକ୍ତ ଜିଲ୍ଲାପାଳ ପ୍ରଦୀପ କୁମାର ସାହୁ କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ଯୋଗ ଦେଇଥିଲେ। ଚଳିତ ବର୍ଷର ବିଷୟ ଥିଲା ” ସଶକ୍ତ ଗୋଷ୍ଠୀ, ସୁରକ୍ଷିତ ଓଡିଶା “। ୧୯୯୯ ମହାବାତ୍ୟା ଦ୍ୱାରା ଓଡିଶାର କ୍ଷୟକ୍ଷତି ଏବଂ ପରବର୍ତ୍ତୀ ସମୟରେ ସରକାରଙ୍କ ଦ୍ୱାରା ଗୋଷ୍ଠୀ ସଶକ୍ତିକରଣ ନିମନ୍ତେ ନିଆଯାଇଥିବା ବିଭିନ୍ନ ବିପର୍ଯ୍ୟୟ ପ୍ରଶମନ ସମ୍ପର୍କିତ ତାଲିମ ଯେପରିକି ସନ୍ଧାନ ଓ ଉଦ୍ଧାର କାର୍ଯ୍ୟ, ଯନ୍ତ୍ରପାତିର ବ୍ୟବହାର, ପ୍ରାଥମିକ ଚିକିତ୍ସା, ବନ୍ୟା ଆଶ୍ରୟସ୍ଥଳୀର ପରିଚାଳନା, ସଚେତନତା ସମ୍ପର୍କରେ ବିସ୍ତୃତ ଆଲୋଚନା ହୋଇଥିଲା। ବିପର୍ଯ୍ୟୟ ପ୍ରଶମନର ଆବଶ୍ୟକତା ତଥା ବିପର୍ଯ୍ୟୟ ସମୟରେ ସ୍ଥାନୀୟ ଲୋକଙ୍କର ଯୋଗଦାନ ଏବଂ ଏହାର ଉପାଦେୟତା ବିଷୟରେ ମଞ୍ଚାସିନ ଅତିଥିମାନେ ବକ୍ତବ୍ୟ ରଖିଥିଲେ। ସୂଚନା ଯେ, ଆଜି ସକାଳେ ଏକ ସଚେତନତା ଶୋଭାଯାତ୍ରା ଜିଲ୍ଲାପାଳଙ୍କ କାର୍ଯ୍ୟାଳୟରୁ ବାହାରି ସହର ପରିକ୍ରମା କରିଥିଲା। ଏହି ଶୋଭାଯାତ୍ରାକୁ ଅତିରିକ୍ତ ଜିଲ୍ଲାପାଳ ପ୍ରଦୀପ କୁମାର ସାହୁ ପତାକା ଦେଖଇ ଶୁଭାରମ୍ଭ କରିଥିଲେ। ବୈଠକରେ ବିପର୍ଯ୍ୟୟ ମୁକାବିଲାରେ ଆଗକୁ ଆସି ସହଯୋଗ କରିବାକୁ ନେଇ ଶପଥ ପାଠ କରାଯାଇଥିଲା। ଏହାଛଡା ଜିଲ୍ଲା ରେଡକ୍ରସର ସ୍ବେଛାସେବୀଙ୍କ ତରଫରୁ ସଚେତନତାମୂଳକ ଧର୍ମୀ ନାଟକ ପରିବେଷଣ କରାଯାଇଥିଲା। ଶେଷରେ ପୂର୍ବରୁ ଆୟୋଜିତ ବିଭିନ୍ନ ପ୍ରତିଯୋଗିତାର କୃତି ପ୍ରଯୋଗୀଙ୍କୁ ପୁରସ୍କୃତ କରାଯାଇଥିଲା। ଆଜିର ଏହି କାର୍ଯ୍ୟକ୍ରମରେ ଅନ୍ୟ ଅତିଥି ମାନଙ୍କ ମଧ୍ୟରେ ଅତିରିକ୍ତ ଏସ. ପି, ଜିଲ୍ଲା ଜରୁରୀକାଳୀନ ଅଧିକାରୀ ଆଦିତ୍ୟ ପଣ୍ଡା, ଜରୁରୀ କାଳୀନ ବିଭାଗର ଡିପିଓ ଗୀତାଞ୍ଜଳି ସା, ଜିଲ୍ଲା ରେଡକ୍ରସର ସମ୍ପାଦକ ଜୟ ଜର୍ଜ ପ୍ରମୁଖ ଉପସ୍ଥିତ ଥିଲେ।

Comments are closed.