ଆନ୍ଧ୍ର ପ୍ରଦେଶରେ ଦୁଇ ଟ୍ରେନ୍ ମଧ୍ୟରେ ଧକ୍କା: ତିନି ମୃତ, ଅନେକ ଆହତ

ନୂଆଦିଲ୍ଲୀ: ଆନ୍ଧ୍ର ପ୍ରଦେଶରେ ରବିବାର ସନ୍ଧ୍ୟାରେ ଦୁଇ ଟ୍ରେନ୍ ମଧ୍ୟରେ ଧକ୍କା ହୋଇଛି। ବିଜୟାନଗରମ ନିକଟରେ ଘଟିଥିବା ଏହି ଦୁର୍ଘଟଣାରେ ଅତି କମରେ ତିନି ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ଅନେକ ଯାତ୍ରୀ ଆହତ ହୋଇଛନ୍ତି । ଟ୍ରାକରେ ଛିଡ଼ା ହୋଇଥିବା ଏକ ପାସେଞ୍ଜର ଟ୍ରେନକୁ ପଛପଟୁ ପିଟିଥିଲା ଏକ ଏକ୍ସପ୍ରେସ ଟ୍ରେନ୍ ।

ସୂଚନାନୁସାରେ, ଆନ୍ଧ୍ରପ୍ରଦେଶର ବିଜୟାନଗରମ ନିକଟ ଆଲମଣ୍ଡା-କକଣ୍ଟାପଲ୍ଲି ଷ୍ଟେସନ ମଧ୍ୟରେ ଏହି ମର୍ମନ୍ତୁଦ ଦୁର୍ଘଟଣା ଘଟିଛି। ବିଶାଖାପାଟଣା ଠାରୁ ରାୟାଗଡା ଅଭିମୁଖେ ଯାଉଥିବା ପାସେଞ୍ଜର ଟ୍ରେନ୍ ଓଭରହେଡ୍ କେବୁଲରେ ତ୍ରୁଟି ଯୋଗୁଁ ଅଟକି ରହିଥିବା ବେଳେ ସେହି ଟ୍ରାକରେ ଆସୁଥିବା ପଲାସା ଏକ୍ସପ୍ରେସ ଏହାକୁ ଧକ୍କା ଦେଇଥିଲା। ଘଟଣାସ୍ଥଳରେ ରିଲିଫ ଓ ଉଦ୍ଧାର କାର୍ଯ୍ୟ ଜାରି ରହିଥିବା ବେଳେ ମୃତ୍ୟୁସଂଖ୍ୟା ବଢ଼ିବା ଆଶଙ୍କା ରହିଛି।

Comments are closed.