ଟ୍ରେନ ଦୁର୍ଘଟଣା ପରେ କ୍ଷତିଗ୍ରସ୍ତ ଟ୍ରାକ୍ ର ମରାମତି, ଗଡିଲା ଟ୍ରେନ

ବିଜୟନଗରମ – ଆନ୍ଧ୍ର ପ୍ରଦେଶରେ ଟ୍ରେନ ଦୁର୍ଘଟଣା ପରେ ଟ୍ରାକ ମରାମତି କାମ ଶେଷ ହୋଇଛି । ମରାମତି ପରେ ଟ୍ରାକରେ ଗଡିଛି ଟ୍ରେନ୍ । ଟ୍ରାକ ଠିକ ଅଛି କି ନାହିଁ ଜାଣିବା ପାଇଁ ଅପ ଲାଇନରେ ପ୍ରଥମେ ଟ୍ରାଏଲ ରନ କରାଯାଇଥିଲା। ଏହାପରେ ଏକ୍ସପ୍ରେସ ଟ୍ରେନକୁ ମରାମତି ହୋଇଥିବା ସେହି ଟ୍ରାକରେ ଯିବା ପାଇଁ ଅନୁମତି ଦିଆଯାଇଥିଲା। ଆଜି ଦୁର୍ଘଟଣାଗ୍ରସ୍ତ ଟ୍ରାକ ମରାମତି ହେବା ପରେ ଅପରାହ୍ନ ୨ଟା ୩୬ମିନିଟରେ ପ୍ରଶାନ୍ତି ଏକ୍ସପ୍ରେସ ସେହି ଟ୍ରାକରେ ଯାଇଥିଲା। ଏ ନେଇ ରେଲୱେ କର୍ତ୍ତୃପକ୍ଷ ସୂଚନା ଦେଇଛନ୍ତି। ଏହାପରେ ଏକ୍ସପ୍ରେସ, ପାସେଞ୍ଜର ଓ ମାଲବାହି ଟ୍ରେନ ସେହି ଟ୍ରାକରେ ଯାଇଥିବା ପ୍ରକାଶ କରାଯାଇଛି।

ଅକ୍ଟୋବର ୨୯ ତାରିଖ(ରବିବାର) ସନ୍ଧ୍ୟା ପ୍ରାୟ ୭ଟାରେ ଆନ୍ଧ୍ର ପ୍ରଦେଶର ବିଶାଖାପାଟଣା-ପଲାସା ପାସେଞ୍ଜର ଟ୍ରେନ୍‌କୁ ପଛ ପାର୍ଶ୍ୱରୁ ଧକ୍କା ଦେଇଥିଲା ବିଶାଖାପାଟଣା-ରାୟଗଡ଼ା ପାସେଞ୍ଜର। ଦୁର୍ଘଟଣା ପରେ ପଲାସା ପାସେଞ୍ଜର କିଛି ବଗି ଅନ୍ୟ ଟ୍ରାକ୍‌ରେ ପଡ଼ିଥିଲେ। ସେହି ଟ୍ରାକ୍‌ରେ ଆସୁଥିବା ମାଲ୍‌ବାହୀ ଟ୍ରେନ୍‌ ପାଲାସା ପାସେଞ୍ଜ ବଗିକୁ ଧକ୍କା ଦେଇଥିଲେ। ଯେଉଁଥିରେ ୧୩ ଜଣଙ୍କ ମୃତ୍ୟୁ ଘଟିଥିବା ବେଳେ ଶତାଧିକ ଆହତ ହୋଇଥିଲେ। ମୃତକଙ୍କ ମଧ୍ୟରେ କେହି ଓଡ଼ିଶାର ନାହାନ୍ତି।

Comments are closed.