ରାଜ୍ୟପାଳ ଭାବେ ଶପଥ ନେଲେ ରଘୁବର ଦାସ 

ଭୁବନେଶ୍ବର – ଓଡିଶାର ୨୬ତମ ରାଜ୍ୟପାଳ ଭାବେ ଶପଥ ଗ୍ରହଣ କରିଛନ୍ତି ରଘୁବର ଦାସ। ଆଜି ରାଜଭବନରେ ଆୟୋଜିତ ସମାରୋହରେ ଓଡ଼ିଶା ହାଇକୋର୍ଟର ମୁଖ୍ୟ ବିଚାରପତି ଜଷ୍ଟିସ ବିଦ୍ୟୁତ ରଞ୍ଜନ ଷଡ଼ଙ୍ଗୀ ରଘୁବର ଦାସଙ୍କୁ ଶପଥ ପାଠ କରାଇଛନ୍ତି। ଶପଥ ଗ୍ରହଣ ସମାରୋହରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ, ତାଙ୍କ ମନ୍ତ୍ରିମଣ୍ଡଳରର ସଦସ୍ୟ, କେନ୍ଦ୍ର ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ, ବାଚସ୍ପତି ପ୍ରମିଳା ମଲ୍ଲିକ ପ୍ରମୁଖ ଉପସ୍ଥିତ ଥିଲେ। ଶପଥ ପାଠ ପରେ ନୂଆ ରାଜ୍ୟପାଳଙ୍କୁ ଗାର୍ଡ ଅଫ୍ ଅନର ଦିଆଯାଇଥିଲା । ଶପଥ ଗ୍ରହଣ ପୂର୍ବରୁ ରଘୁବର ଦାସ ଲିଙ୍ଗରାଜ ମନ୍ଦିର ଯାଇ ପୂଜାର୍ଚ୍ଚନା କରିଥିଲେ ।

ପ୍ରଫେସର ଗଣେଶୀ ଲାଲଙ୍କ ସ୍ଥାନ ନେଇଛନ୍ତି ରଘୁବର ଦାସ। ଅକ୍ଟୋବର ୧୮ ତାରିଖରେ ୬୮ ବର୍ଷିୟ ରଘୁବର ଦାସଙ୍କୁ ଓଡ଼ିଶାର ନୂଆ ରାଜ୍ୟପାଳ ଭାବେ ନିଯୁକ୍ତ କରିଥିଲେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ।

ରାଜ୍ୟପାଳ ନିଯୁକ୍ତ ହେବା ପୂର୍ବରୁ ରଘୁବର ଦାସ ବିଜେପିର ରାଷ୍ଟ୍ରୀୟ ଉପସଭାପତି ଥିଲେ । ୨୦୧୪ ଝାଡ଼ଖଣ୍ଡ ବିଧାନସଭା ନିର୍ବାଚନରେ ଏନଡିଏ ବିଜୟୀ ହେବା ପରେ ରଘୁବର ଦାସ ହୋଇଥିଲେ ମୁଖ୍ୟମନ୍ତ୍ରୀ। ସେ ୨୦୧୯ ଯାଏଁ ରାଜ୍ୟର ମୁଖ୍ୟମନ୍ତ୍ରୀ ଥିଲେ । ଝାଡଖଣ୍ଡର ପ୍ରଥମ ମୁଖ୍ୟମନ୍ତ୍ରୀ ଭାବେ ସେ ୫ ବର୍ଷ କାର୍ଯ୍ୟକାଳ ପୂରଣ କରିଥିଲେ ।

Comments are closed.