ଖସୁଛି ପାରଦ, ବଢୁଛି ଶୀତ : ସେମିଳିଗୁଡା ଥଣ୍ଡା ସହର

ଭୁବନେଶ୍ୱର – ରାଜ୍ୟର ଅନେକ ଅଞ୍ଚଳରେ ତାପମାତ୍ରା ଖସିବା ସହ ଥଣ୍ଡା ବଢ଼ିବାରେ ଲାଗିଛି । ରାତିର ତାପମାତ୍ରା ହ୍ରାସ ପାଉଛି। ଗତ ୨୪ ଘଣ୍ଟାରେ ରାଜ୍ୟର ୪ଟି ସହରର ତାପମାତ୍ରା ୧୫ ଡିଗ୍ରୀ ସେଲସିୟସ ତଳେ ଥିଲା । ସେମିଳିଗୁଡା ସବୁଠୁ ଥଣ୍ଡା ସହର ହୋଇଛି। ଏଠାରେ ରାତି ତାପମାତ୍ରା ୧୨ ଦଶମିକ ୨ ଡିଗ୍ରୀ ସେଲସିୟସ ରେକର୍ଡ କରାଯାଇଛି। କୋରାପୁଟରେ ୧୨.୮, ଦାରିଙ୍ଗବାଡ଼ି ୧୩, ଜି. ଉଦୟଗିରିରେ ୧୩ .୨,
ଫୁଲବାଣୀରେ ୧୫.୧, ନବରଙ୍ଗପୁରରେ ୧୫.୪, କିରେଇରେ ୧୫. ୫, ଏବଂ କେନ୍ଦୁଝର ଓ ଅନୁଗୁଳର ତାପମାତ୍ରା ୧୬.୮ ଡିଗ୍ରୀ ସେଲସିୟସ ରେକର୍ଡ କରାଯାଇଛି।

Comments are closed.