ଆଜି କଳାହାଣ୍ଡି ପ୍ରତିଷ୍ଠା ଦିବସରେ ଜିଲ୍ଲାରେ ଲକ୍ଷ୍ମୀ ବସ୍ ସେବା ସହ ବିଭିନ୍ନ ଉନ୍ନୟନମୂଳକ ପ୍ରକଳ୍ପ ଭେଟି ଦେବେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର – ଆଜି କଳାହାଣ୍ଡି ଜିଲ୍ଲା ପ୍ରତିଷ୍ଠା ଦିବସରେ ଗଡିବ ଲକ୍ଷ୍ମୀ ବସ୍ । ରାଜ୍ୟ ସରକାରଙ୍କ ଐତିହାସିକ ଲକ୍ଷ୍ମୀ ଯୋଜନାରେ ସୁଗମ ଯାତ୍ରୀ ପରିବହନ ସେବା ପାଇଁ ଜିଲ୍ଲାର ପ୍ରତି ପଞ୍ଚାୟତରେ ଗଡିବ ବସ୍। । ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଆଜି କଳାହାଣ୍ଡି ଜିଲ୍ଲା ଗସ୍ତରେ ଆସି ଲକ୍ଷ୍ମୀ ବସ୍ ସେବାର ଶୁଭାରମ୍ଭ କରିବେ । ୬୩ଟି ଲକ୍ଷ୍ମୀ ବସ୍ ଚଳାଚଳର ଶୁଭାରମ୍ଭ କରିବେ ମୁଖ୍ୟମନ୍ତ୍ରୀ। ଜିଲ୍ଲା ଗସ୍ତରେ ମୁଖ୍ୟମନ୍ତ୍ରୀ ୧୨୦୦ କୋଟି ଟଙ୍କାର ବିଭିନ୍ନ ଉନ୍ନୟନମୂଳକ ପ୍ରକଳ୍ପର ଉଦଘାଟନ ଓ ଶିଳାନ୍ୟାସ କରିବେ । ମୁଖ୍ୟମନ୍ତ୍ରୀ ଏକ ସ୍ୱତନ୍ତ୍ର ହେଲିକପ୍ଟରରେ ଆସି ଭବାନୀପାଟଣା ସହିଦ ରେଣ୍ଡୋ ମାଝୀ କଲେଜର ହେଲିପ୍ୟାଡରେ ଅବତରଣ କରିବେ । ମୁଖ୍ୟମନ୍ତ୍ରୀ ପ୍ରଥମେ ୩୦୦ କୋଟି ଟଙ୍କା ବ୍ୟୟରେ ନିର୍ମିତ ୧୦୦ ଶଯ୍ୟା ବିଶିଷ୍ଟ ଓ ୨୨ଟି ବିଭାଗ ଥିବା ସହିଦ ରେଣ୍ଡୋ ମାଝୀ କଲେଜର ଲୋକାର୍ପଣ କରିବେ। ଏହା ପରେ ଲକ୍ଷ୍ମୀ ବସ୍ ସେବାର ଶୁଭାରମ୍ଭ କରିବା ସହ ଭବାନୀପାଟଣା ବସ୍ ଟର୍ମିନାଲର ଲୋକାର୍ପଣ କରିବେ ।

Comments are closed.