କମିଶନ ପ୍ରଲୋଭନ ଦେଖାଇ ୨ ହଜାର ଟଙ୍କିଆ ନୋଟ୍ ବଦଳ ଅଭିଯୋଗ, ଆରବିଆଇ ଅଫିସ ଆଗରେ ଇଓଡବ୍ଲୁ ଟିମ୍

ଭୁବନେଶ୍ୱର- ଭୁବନେଶ୍ୱରର ରିଜର୍ଭ ବ୍ୟାଙ୍କ ଅଫ ଇଣ୍ଡିଆ (ଆରବିଆଇ) କାର୍ଯ୍ୟାଳୟ ଆଗରେ ପହଞ୍ଚିଛି ଅର୍ଥନୈତିକ ଅପରାଧ ଶାଖା ଇଓଡବ୍ଲୁ ଟିମ୍ । ୨ ହଜାର ଟଙ୍କିଆ ନୋଟ୍ ବଦଳାଇବା ପାଇଁ ଧାଡ଼ିରେ ଥିବା ଲୋକଙ୍କୁ ପଚରାଉଚରା କରୁଛି ଦୁଇ ଜଣିଆ ଇଓଡବ୍ଲୁ ଟିମ୍।

୨୦ ହଜାରରୁ ଅଧିକ ଟଙ୍କା ଧରିଥିବା ଓ ଟଙ୍କା କାହାର ନେଇ ପଚରାଉଚରା କରୁଛି ଟିମ୍ । ଗତ କିଛି ଦିନ ହେବ ୨ ହଜାର ଟଙ୍କିଆ ନୋଟ୍‌‌ ବଦଳ ପାଇଁ ଆରବିଆଇ କାର୍ଯ୍ୟାଳୟ ସମ୍ମୁଖରେ ଲୋକଙ୍କ ଲମ୍ବା ଧାଡି ଦେଖିବାକୁ ମିଳୁଛି। ଅଭିଯୋଗ ହୋଇଛି ଯେ, କିଛି ଲୋକ କମିଶନ ପ୍ରତିଶ୍ରୁତି ପାଇ ଅନ୍ୟମାନଙ୍କର ନୋଟ୍ ବଦଳାଇବାକୁ ଧାଡ଼ିରେ ଛିଡ଼ା ହେଉଛନ୍ତି ।

ନୋଟ୍ ବଦଳାଇବା ଦିନ ମଜୁରିଆ, ଛୋଟ ବ୍ୟବସାୟୀ ଓ ବସ୍ତି ବାସିନ୍ଦାଙ୍କୁ ବ୍ୟବହାର କରାଯାଉଥିବା ଅଭିଯୋଗ ହୋଇଛି। ୨୦ ହଜାର ଟଙ୍କାର ୨ ହଜାର ନୋଟ ବଦଳାଇଲେ ମିଳୁଛି ୩୦୦ ଟଙ୍କା କମିଶନ । କିଛି ମୁଷ୍ଟିମେୟ ଓ ବଡ଼ ବଡ଼ ବ୍ୟବସାୟୀଙ୍କ ଲୋକଙ୍କୁ ଲଗାଇ ନୋଟ୍ ବଦଳାଉଥିବା ଅଭିଯୋଗ ହୋଇଛି । ଦୈନିକ ୫୦୦ରୁ ୭୦୦ ଲୋକ ନୋଟ ବଦଳ କରୁଛନ୍ତି ।
୨ ହଜାର ଟଙ୍କିଆ ନୋଟ୍ ବଦଳ ପାଇଁ ଆରବିଆଇ କାର୍ଯ୍ୟାଳୟ ଆଗରେ ଲୋକଙ୍କ ଭିଡ଼ ଲାଗିଛି । ଦୈନିକ ପ୍ରାୟ ୭୦୦ ଲୋକ ଧାଡ଼ିରେ ଠିଆ ହୋଇ ନୋଟ୍ ବଦଳାଉଛନ୍ତି ।

Comments are closed.