ଲାଞ୍ଚ ନେବାବେଳେ ଭିଜିଲାନ୍ସ ହାତରେ ଧରାପଡିଲେ ଆରଆଇ

ଭୁବନେଶ୍ୱର – ଲାଞ୍ଚ ନେବାବେଳେ ଭିଜିଲାନ୍ସ ହାତରେ ଧରାପଡ଼ିଛନ୍ତି ମାଲକାନଗିରି ଜିଲ୍ଲା ମୋଟୁ ସର୍କଲର ଆରଆଇ ସୂରଜଚନ୍ଦ୍ର ବଳ ।

ଏକ ଜବରଦଖଲ ମାମଲାରେ ନୋଟିସ ଜାରି କରିବା ପାଇଁ ଜଣେ ଲୋକଙ୍କ ଠାରୁ ୧୫ ହଜାର ଟଙ୍କା ଲାଞ୍ଚ ମାଗିଥିଲେ ଆରଆଇ । ଏ ନେଇ ଭିଜିଲାନ୍ସରେ ଫେରାଦ ହୋଇଥିଲେ ସଂପୃକ୍ତ ବ୍ୟକ୍ତି।

ଆରଆଇ ଜଣକ ଅଭିଯୋଗକାରୀଙ୍କଠାରୁ ୧୫ ହଜାର ଟଙ୍କା ଲାଞ୍ଚ ନେଉଥିବା ବେଳେ ପୂର୍ବ ଯୋଜନା ମୁତାବକ ତାଙ୍କୁ ଧରିଥିଲା ଭିଜିଲାନ୍ସ। ତାଙ୍କଠାରୁ ସମସ୍ତ ଲାଞ୍ଚ ଅର୍ଥ ଜବତ କରାଯାଇଛି। ଭିଜିଲାନ୍ସ ପକ୍ଷରୁ ଆରଆଇ ସୂରଜଚନ୍ଦ୍ର ବଳଙ୍କ ଦୁଇଟି ଠିକଣାରେ ଚଢ଼ାଉ କରାଯାଇଛି। ଆୟ ବହିର୍ଭୂତ ସଂପତ୍ତି ଠୁଳ କରିଥିବା ସନ୍ଦେହରେ ଏହି ଚଢ଼ାଉ କରାଯାଇଛି।

Comments are closed.