ଭିଜିଲାନ୍ସ ଜାଲରେ ବୁଗୁଡ଼ା ଏନ୍ଏସି କନିଷ୍ଠ ଯନ୍ତ୍ରୀ

ବ୍ରହ୍ମପୁର: ବୁଗୁଡ଼ା ଏନ୍ଏସି କନିଷ୍ଠ ଯନ୍ତ୍ରୀ ସାଗରିକା ମହାନ୍ତି ଭିଜିଲାନ୍ସ ଜାଲରେ ପଡ଼ିଛନ୍ତି। ଗୁରୁବାର ଅପରାହ୍ନରେ ସେ ଜଣେ ବ୍ୟକ୍ତିଙ୍କ ଠାରୁ ୪୦୦୦ ଟଙ୍କା ଲାଞ୍ଚ ନେଉଥିଲା ବେଳେ ଭିଜିଲାନ୍ସ ଟିମ୍ କାବୁ କରିନେଇଥିଲା। ପିତାଙ୍କ ପକ୍ଷରେ କୋଠା ଘରର ପ୍ଲାନ୍ ଅନୁମୋଦନ କରିବା ନିମନ୍ତେ ଜଣେ ଆବେଦନକାରୀଙ୍କୁ କନିଷ୍ଠ ଯନ୍ତ୍ରୀ ଲାଞ୍ଚ ମାଗିଥିଲେ। ସମ୍ପୃକ୍ତ ବ୍ୟକ୍ତିଜଣକ ଭିଜିଲାନ୍ସ ବିଭାଗର ଦ୍ବାରସ୍ଥ ହୋଇଥିଲେ। ଲାଞ୍ଚ ଟଙ୍କା ଜବତ କରାଯାଇଛି। ଏଥିସହ ଆୟ ବହିର୍ଭୂତ ସମ୍ଫତ୍ତି ଠୁଳ ସନ୍ଦେହରେ ତାଙ୍କ ଆଉ ଦୁଇଟି ଠିକଣାରେ ମଧ୍ୟ ଚଢ଼ାଉ କରାଯାଇଛି। ବ୍ରହ୍ମପୁର ଭିଜିଲାନ୍ସ ଥାନାରେ କେସ୍ ନମ୍ବର ୨୧/୨୦୨୩ ଋଜୁ କରାଯାଇ ଅଧିକ ତନାଘନା ଚାଲୁ ରହିଛି।

Comments are closed.