ପରଲୋକରେ ବର୍ଷିୟାନ ସାମ୍ବାଦିକ ଶରତ ମିଶ୍ର, ୮୭ ବର୍ଷ ବୟସରେ ଦେହାନ୍ତ 

ଭୁବନେଶ୍ୱର – ବର୍ଷିୟାନ ସାମ୍ବାଦିକ ଶରତ ମିଶ୍ରଙ୍କର ପରଲୋକ ହୋଇଯାଇଛି। ୮୭ ବର୍ଷ ବୟସରେ ଆଖି ବୁଜିଛନ୍ତି ଶରତ ମିଶ୍ର। ୧୯୩୬ରେ ଗଞ୍ଜାମ ଜିଲ୍ଲା ସୋରଡାରେ ଜନ୍ମ ଗ୍ରହଣ କରିଥିଲେ ଶରତ ମିଶ୍ର । ଓଡ଼ିଆ, ଇଂରାଜୀ ଓ ବଙ୍ଗଳା ଭାଷାରେ ବେଶ୍ ପାରଦର୍ଶିତା ରଖିଥିବା ଶରତ ମିଶ୍ର ଇଷ୍ଟର୍ଣ୍ଣ ଟାଇମ୍ସ ଗ୍ରୁପରୁ ସାମ୍ବାଦିକତା ଜୀବନ ଆରମ୍ଭ କରିଥିଲେ । ପରେ ସେ କୋଲକାତାରୁ ପ୍ରକାଶିତ ଦୈନିକ ଅମୃତବଜାର ପତ୍ରିକାରେ କାର୍ଯ୍ୟ କରିଥିଲେ। ଦୈନିକ ସମ୍ବାଦର ପ୍ରକାଶନ

ଆରମ୍ଭ ହେଲା ପରେ ଶରତ ମିଶ୍ର ଥିଲେ ବାର୍ତ୍ତା ସମ୍ପାଦକ । ବ୍ରହ୍ମପୁରରୁ ପ୍ରକାଶିତ ହେଉଥିବା ଦୈନିକ ଅନୁପମ ଭାରତର ପ୍ରତିଷ୍ଠାତା ସମ୍ପାଦକ ଥିଲେ ଶରତ ମିଶ୍ର। ଦୈନିକ ସମାଜର ସମ୍ପାଦକ ଭାବେ ସେ କାର୍ଯ୍ୟ କରିଥିଲେ। ସମାଜରୁ ଅବସର ନେଲା ପରେ ସେ ଫିଚର ପତ୍ରିକା ଆମ ସମୟର ପ୍ରତିନିଧିର ସମ୍ପାଦକ ଥିଲେ । ତାଙ୍କ ବିୟୋଗରେ ସାମ୍ବାଦିକ ମହଲରେ ଶୋକ ପ୍ରକାଶ ପାଇଛି।

Comments are closed.