ଗୋଆ ଜାତୀୟ କ୍ରୀଡାରେ ଓଡ଼ିଶାର ସ୍ପ୍ରିଣ୍ଟର ଶ୍ରାବଣୀଙ୍କୁ ସ୍ୱର୍ଣ୍ଣ

ପାଣାଜୀ – ଗୋଆରେ ଚାଲିଥିବା ୩୭ ତମ ଜାତୀୟ କ୍ରୀଡାର ଆଥଲେଟିକ୍ସରେ ଆଜି ଓଡ଼ିଶା ଗୋଟିଏ ସ୍ୱର୍ଣ୍ଣ ସହ ଦୁଇଟି ପଦକ ହାସଲ କରିଛି । ମହିଳା ୨୦୦ ମିଟର ସ୍ପ୍ରିଣ୍ଟରେ ସ୍ୱର୍ଣ୍ଣ ପଦକ ହାସଲ କରିଛନ୍ତି ଓଡ଼ିଶାର ଅଭିଜ୍ଞ ସ୍ପ୍ରିଣ୍ଟର ଶ୍ରାବଣୀ ନନ୍ଦ।

ପୁରୁଷ ୨୦୦ ମିଟର ଦୌଡରେ ମଧ୍ୟ ଓଡ଼ିଶାକୁ ପଦକ ମିଳିଛି। ଏହି ଇଭେଣ୍ଟରେ ଓଡ଼ିଶାର ଅନିମେଶ କୁଜୁର ବ୍ରୋଞ୍ଜ ପଦକ ହାସଲ କରିଛନ୍ତି।

Comments are closed.