ଆଜିଠୁ କନିଷ୍ଠ ଶିକ୍ଷକ ନିଯୁକ୍ତି ପରୀକ୍ଷା ଆରମ୍ଭ

ଭୁବନେଶ୍ବର – ଆଜିଠାରୁ ଆରମ୍ଭ ହୋଇଛି କନିଷ୍ଠ ଶିକ୍ଷକ ନିଯୁକ୍ତି ପରୀକ୍ଷା । ୨୦ ହଜାର କନିଷ୍ଠ ଶିକ୍ଷକ ନିଯୁକ୍ତି ପାଇଁ ରାଜ୍ୟର ୫୮ଟି କେନ୍ଦ୍ରରେ ପରୀକ୍ଷା ଆରମ୍ଭ ହୋଇଛି । ୭ ଦିନ ଧରି ପରୀକ୍ଷା ହେବ । ମୋଟ ୯୩ ହଜାର ୯୬୬ ଜଣ ଆଶାୟୀ ପରୀକ୍ଷା ଦେଉଛନ୍ତି। ଲିଖିତ ପରୀକ୍ଷା କମ୍ପ୍ୟୁଟର୍ ବେସଡ ଟେଷ୍ଟ (ସିବିଟି) ମାଧ୍ୟମରେ ହେଉଛି ।

ପରୀକ୍ଷା ସୁପରିଚାଳନା ପାଇଁ ସବୁ ପ୍ରକାର ବନ୍ଦୋବସ୍ତ କରିବାକୁ ସବୁ ଜିଲ୍ଲାପାଳ ଓ ଏସପିଙ୍କୁ ନିର୍ଦ୍ଦେଶ ଦିଆଯାଇଛି । ଜିଲ୍ଲାପାଳଙ୍କ ଦ୍ବାରା ନିଯୁକ୍ତ ନୋଡାଲ୍ ଅଫିସର ଓ ବିଭିନ୍ନ ନିର୍ଦ୍ଦେଶାଳୟର ୧୮ଜଣ ବରିଷ୍ଠ ଅଧିକାରୀ ବିଭିନ୍ନ ଜିଲ୍ଲା ଗସ୍ତ କରି ପରୀକ୍ଷାର ତଦାରଖ କରୁଛନ୍ତି ।ଏହାସହ ଓଡ଼ିଶା ଶିକ୍ଷା କାର୍ଯ୍ୟକ୍ରମ ପ୍ରାଧିକରଣ କାର୍ଯ୍ୟାଳୟରେ ଏକ କମାଣ୍ଡ ସେଣ୍ଟର୍ ଖୋଲାଯାଇଛି । ସେଠାରୁ ପରୀକ୍ଷା କେନ୍ଦ୍ରରେ ଲାଗିଥିବା ସିସିଟିଭିରେ ଲାଇଭ୍ ଷ୍ଟ୍ରିମିଂ ଦେଖି ପରୀକ୍ଷା ନିୟନ୍ତ୍ରଣ ସମ୍ପର୍କିତ ନିର୍ଦ୍ଦେଶ ଦିଆଯାଉଛି । ପରୀକ୍ଷା ଆଜିଠୁ ୧୭ ତାରିଖ ଯାଏ ଦିନକୁ ଦୁଇଟି ସିଟିଂରେ ହେବ । ପରୀକ୍ଷା ସରିବାର ୧୫ଦିନ ମଧ୍ୟରେ ଫଳାଫଳ ପ୍ରକାଶ ପାଇବ ।

Comments are closed.