ନଭେମ୍ବର ୬ରୁ ଭୁବନେଶ୍ୱର-ଜୟପୁର ଦ୍ୱିତୀୟ ସିଧାସଳଖ ବିମାନ ସେବା

ଭୁବନେଶ୍ୱର – ଓଡ଼ିଶାରେ ବିମାନ ସେବାର ସଂପ୍ରସାରଣ ହେବ । ବିମାନ ଯୋଗେ ଯୋଗାଯୋଗ ବ୍ୟବସ୍ଥା ଆହୁରି ଉନ୍ନତ ହେବ । ଚଳିତ ମାସ ୬ ତାରିଖରୁ ଭୁବନେଶ୍ୱରରୁ ଜୟପୁର ଦ୍ୱିତୀୟ ସିଧାସଳଖ ବିମାନସେବା ଆରମ୍ଭ ହେବ । ରାଜ୍ୟ ସରକାରଙ୍କ ଆର୍ଥିକ ସହଯୋଗରେ ଇଣ୍ଡିଆ ୱାନ ବିମାନ କମ୍ପାନୀ ପ୍ରତି ସପ୍ତାହରେ ସୋମବାର ଓ ଶୁକ୍ରବାର ସେବା ଯୋଗାଇବ ।

ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଗତବର୍ଷ ଭୁବନେଶ୍ୱର ଓ ଜୟପୁର ମଧ୍ୟରେ ପ୍ରଥମ ସିଧାସଳଖ ବିମାନ ସେବା ଆରମ୍ଭ କରିଥିଲେ। ଦ୍ୱିତୀୟ ସିଧାସଳଖ ବିମାନ ସେବା ଦ୍ୱାରା ଯୋଗାଯୋଗ ତ୍ୱରାନ୍ୱିତ ହେବା ସହ ଅର୍ଥନୈତିକ କାର୍ଯ୍ୟକଳାପକୁ ବଳ ମିଳିବ ।

Comments are closed.