ଜାତୀୟ କ୍ରୀଡା : ଜାଭେଲିନରେ ବ୍ରୋଞ୍ଜ ପଦକରେ ସନ୍ତୁଷ୍ଟ କିଶୋର ଜେନା

ପାଣାଜୀ – ଗୋଆରେ ଚାଲିଥିବା ୩୭ତମ ଜାତୀୟ କ୍ରୀଡାରେ ଓଡ଼ିଶାର ଜାଭେଲିନ ତାରକା କିଶୋର ଜେନା ବ୍ରୋଞ୍ଜ ପଦକ ହାସଲ କରିଛନ୍ତି। ଏସିଆନ ଗେମ୍ସରେ ରୌପ୍ୟ ପଦକ ହାସଲ କରିଥିବା କିଶୋର ଜେନା ୭୮ ଦଶମିକ ୪୭ ମିଟର ଶ୍ରେଷ୍ଠ ଥ୍ରୋ ସହ ତୃତୀୟ ସ୍ଥାନରେ ଥିଲେ । ଶିବପାଲ ସିଂହ ୮୧. ୧୭ ମିଟର ଦୂରତା ଯାଏଁ ଜାଭେଲିନ ଫିଙ୍ଗି ସ୍ୱର୍ଣ୍ଣ ପଦକ ଜିତିଥିବା ବେଳେ ଡି.ପି ମନୁ ୮୦ ଦଶମିକ ୪୮ ଥ୍ରୋ ସହ ରୌପ୍ୟ ପଦକ ହାସଲ କରିଛନ୍ତି।

Comments are closed.