ଜେଲ୍ ଗଲେ ଚଳଚ୍ଚିତ୍ର ପ୍ରଯୋଜକ ଟୁଟୁ ନାୟକ

ଭୁବନେଶ୍ୱର – ମହିଳା ସାମ୍ବାଦିକଙ୍କୁ ମାଡ ମାରିବା ଅଭିଯୋଗରେ ଜେଲ୍ ଗଲେ ଚଳଚ୍ଚିତ୍ର ପ୍ରଯୋଜକ ସଞ୍ଜୟ ଓରଫ ଟୁଟୁ ନାୟକ । ସାମ୍ବାଦିକଙ୍କ ଏତଲା ପରେ ଆଜି ଖାରବେଳ ନଗର ଥାନା ପୋଲିସ ଟୁଟୁ ନାୟକଙ୍କୁ ପଚରାଉଚରା ପରେ ଗିରଫ କରିଥିଲା । ପରେ ତାଙ୍କର ସ୍ୱାସ୍ଥ୍ୟ ପରୀକ୍ଷା କରାଯାଇ କୋର୍ଟରେ ହାଜର କରାଯାଇଥିଲା। କୋର୍ଟ ତାଙ୍କୁ ୧୪ ଦିନିଆ ବିଚାର ବିଭାଗୀୟ ହାଜତକୁ ପଠାଇ ଦେଇଛନ୍ତି । ଟୁଟୁ ନାୟକଙ୍କ ଜାମିନ ଆବେଦନର ଶୁଣାଣି ସୋମବାର ଦିନ ହେବ । ଟୁଟୁ ନାୟକ ଗତକାଲି ଜଣେ ମହିଳା ସାମ୍ବାଦିକଙ୍କୁ ମାଡ଼ ମାରିଥିବା ଅଭିଯୋଗ ହୋଇଥିଲା।

Comments are closed.