ମୟୂରଭଞ୍ଜ ଏସପି ବି. ଗଙ୍ଗାଧରଙ୍କୁ ପୋଲିସ ମୁଖ୍ୟାଳୟକୁ ବଦଳି, ଏସ. ସୁଶ୍ରୀ ନୂଆ ଏସପି

ଭୁବନେଶ୍ୱର – ଆଇପିଏସ ସ୍ତରରେ ଛୋଟ ଅଦଳ ବଦଳ କରିଛନ୍ତି ରାଜ୍ୟ ସରକାର। ମୟୂରଭଞ୍ଜ ଏସପି ବି. ଗଙ୍ଗାଧରଙ୍କୁ ବଦଳି କରାଯାଇ ରାଜ୍ୟ ପୋଲିସ ମୁଖ୍ୟାଳୟକୁ ପଠାଯାଇଛି । ତାଙ୍କ ସ୍ଥାନରେ ବର୍ତ୍ତମାନ ନବରଙ୍ଗପୁର ଏସପି ଥିବା ଏସ. ସୁଶ୍ରୀଙ୍କୁ ମୟୂରଭଞ୍ଜ ଏସପି ଭାବେ ବଦଳି କରାଯାଇଛି। ବର୍ତ୍ତମାନ ବାଲିଗୁଡା ଏସଡିପିଓ ଥିବା ରୋହିତ ବର୍ମାଙ୍କୁ ନବରଙ୍ଗପୁର ଏସପି ଭାବେ ନିଯୁକ୍ତି ଦିଆଯାଇଛି।

Comments are closed.