ଆମ ଓଡିଶା ନବୀନ ଓଡିଶା ଉଦଘାଟନ, ସମ୍ବଲପୁରକୁ ୬୯ କୋଟି

ସମ୍ବଲପୁର : ଆଜି ମଧ୍ୟାହ୍ନ ୧୨ଟାରେ ସମ୍ବଲପୁରର ୩ଟି ନିର୍ବାଚନ ମଣ୍ଡଳୀ ର ସମସ୍ତ ବ୍ଲକ ରେ ଭିଡିଓ କନଫରେନ୍ସିଂ ମାଧ୍ୟମରେ ଆମ ଓଡ଼ିଶା ନବୀନ ଓଡ଼ିଶା କାର୍ଯ୍ୟକ୍ରମ ଶୁଭାରମ୍ଭ କରାଯାଇଥିଲା। ଏହି କାର୍ଯ୍ୟକ୍ରମରେ ମାନ୍ୟବର ମୁଖ୍ୟମନ୍ତ୍ରୀ ବିଭିନ୍ନ ପ୍ରକଳ୍ପ ପାଇଁ ସମ୍ବଲପୁର ଜିଲ୍ଲାକୁ ୬୯କୋଟି ଟଙ୍କା ପ୍ରଦାନ କରିଛନ୍ତି ବୋଲି ୫ଟି ତଥା ନବୀନ ଓଡିଶା ଅଧ୍ୟକ୍ଷ ଭିକେ ପଣ୍ଡିଆନ ପ୍ରକାଶ କରିଛନ୍ତି। ଏଥିରେ କୁଚିଣ୍ଡା ନିର୍ବାଚନ ମଣ୍ଡଳୀରେ ୫୫ ଟି ଗ୍ରାମପଞ୍ଚାୟତ ପାଇଁ ୨୭.୫ କୋଟି ଟଙ୍କା ବ୍ୟୟରେ ମୋଟ ୬୬୮ ପ୍ରକଳ୍ପ, ରେଙ୍ଗାଲି ନିର୍ବାଚନ ମଣ୍ଡଳୀରେ ୩୦ ଟି ଗ୍ରାମପଞ୍ଚାୟତ ପାଇଁ ୧୫ କୋଟି ଟଙ୍କାବ୍ୟୟରେ ୩୭୨ଟି ପ୍ରକଳ୍ପ ଏବଂ ରେଢାଖୋଲ ପାଇଁ ୨୬.୫ କୋଟି ଟଙ୍କା ବ୍ୟୟରେ ୭୬୧7 ଟି ପ୍ରକଳ୍ପ ର ଶୁଭାରମ୍ଭ କରାଯାଇଛି। ଭିଡିଓ କୋନଫେରେନ୍ସ ମାଧ୍ୟମରେ ପ୍ରତ୍ୟକ ବ୍ଲକ ର ପ୍ରତିନିଧୀମାନେ ମାନ୍ୟବର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାଏକଙ୍କ ସହ ସିଧାସଳଖ ଆଲୋଚନା କରିଥିଲେ । ସେମାନଙ୍କ ମଧ୍ୟରେ ରୋହିତ ପୂଜାରୀ, ବିଧାୟକ, ରେଢାଖୋଲ ଏବଂ ନାକଟିଦେଉଳ ବ୍ଲକ ପାଇଁ , ଯୁଯୁମୁରା ବ୍ଲକ ପାଇଁ କବିତା ସାହୁ ଜିଲ୍ଲା ପରିଷଦ ସଭ୍ୟ ,ଗୀତାଞ୍ଜଳି ପାଣ୍ଡେ, ଜିଲ୍ଲା ପରିଷଦ ସଭ୍ୟ ମାନେଶ୍ବର ବ୍ଲକ ପାଇଁ , ସତ୍ୟନାରାୟଣ ଅଗ୍ରୱାଲ, ଅଧ୍ୟକ୍ଷା ରେଙ୍ଗାଲି ବ୍ଲକ ପାଇଁ, ପୁଷ୍ପାଞ୍ଜଳି ବେହେରା, ଅଧ୍ୟକ୍ଷା ଧନକଉଡ଼ା ବ୍ଲକ ପାଇଁ, କୁମୁଦିନୀ ନାୟକ, ସଭାପତି ଜିଲ୍ଲା ପରିଷଦ ମାନେଶ୍ୱର ବ୍ଲକ ପାର୍ଟ ପାଇଁ, କିଶୋର ଚନ୍ଦ୍ର ନାଏକ, ବିଧାୟକ କୁଚିଣ୍ଡା ଜମନକିରା ବ୍ଲକ ପାଇଁ, ଡ. ସୁଭଦ୍ରା କିଷାନ, ସରପଞ୍ଚ ବାମରା ବ୍ଲକ ପାଇଁ ଏବଂ ଭୁବନେଶ୍ୱର କିଷାନ, ଅଧ୍ୟକ୍ଷ କୁଚିଣ୍ଡା ବ୍ଲକ ପାଇଁ। ତାପରେ 5ଟି ତଥା ନବୀନ ଓଡିଶା ଅଧ୍ୟକ୍ଷ ଭିକେ ପାଣ୍ଡିଆନ ୫ଟି ବିଷୟରେ କହିଥିଲେ ଯାହା ମାନ୍ୟବର ମୁଖ୍ୟମନ୍ତ୍ରୀ କରିଛନ୍ତି ଏବଂ ଯାହା କରିବା ପାଇଁ କଳ୍ପନା କରିଛନ୍ତି। ୫ ଟଙ୍କାରେ ଆହାର କେନ୍ଦ୍ରରେ ଖାଦ୍ୟ ଯୋଗାଇବା,୫ ଟଙ୍କାରେ ସମ୍ବଲପୁରରେ ମହିଳାମାନେ ଲକ୍ଷ୍ମୀ ବସ ରେ ଯାତ୍ରା କରିପାରିବେ , ଗର୍ଭବତୀ ମହିଳାଙ୍କ ପାଇଁ ମମତା ଯୋଜନାରେ ୫୦୦୦ ଟଙ୍କାର ବ୍ୟବସ୍ଥା, ମିଶନ ଶକ୍ତିର ଏସ.ଏଚ.ଜି ସଦସ୍ୟଙ୍କୁ ବିନା ସୁଧରେ ୫ ଲକ୍ଷ ଟଙ୍କା ଋଣ , ବିଜୁ ସ୍ୱାସ୍ଥ୍ୟ କଲ୍ୟାଣ ଯୋଜନାରେ ମହିଳାଙ୍କ ପାଇଁ ୧୦ ଲକ୍ଷ ଟଙ୍କାର ବ୍ୟବସ୍ଥା ସକାଶେ ସୂଚନା ଦେଇଥିଲେ ।

Comments are closed.