ଜାତୀୟ କ୍ରୀଡା : କାୟାକିଙ୍ଗ ଓ କାନୋଇଂରେ ଓଡ଼ିଶାକୁ ସ୍ୱର୍ଣ୍ଣ 

ପାଣାଜୀ – ଗୋଆରେ ଚାଲିଥିବା ୩୭ତମ ଜାତୀୟ କ୍ରୀଡାରେ ଓଡ଼ିଶା ଖାତାକୁ ପଦକ ଆସିବାରେ ଲାଗିଛି। ମହିଳା କାୟାକିଙ୍ଗ ଓ କାନୋଇଙ୍ଗରେ ଫୁଲମଣି ସାସା ଓ ଅନିମା ବିଦ୍ୟା ଦେବୀ ସ୍ୱର୍ଣ୍ଣ ପଦକ ହାସଲ କରିଛନ୍ତି। କେ୨ -ଡବ୍ଲୁ ୫୦୦ ମିଟର ଶ୍ରେଣୀରେ ଫୁଲମଣି ଓ ଅନିମା ଓଡ଼ିଶା ପାଇଁ ସ୍ବର୍ଣ୍ଣ ପଦକ ହାସଲ କରିଛନ୍ତି। କାୟାକିଙ୍ଗ ଓ କାନୋଇଙ୍ଗର ମହିଳା ସି୨- ଡବ୍ଲୁ ୫୦୦ ମିଟରରେ ସଚିମା କାରକେଟା ଓ ରସ୍ମିତା ସାହୁ ବ୍ରୋଞ୍ଜ ପଦକ ହାସଲ କରିଛନ୍ତି।

ମହିଳା ସାଇକେଲ ଚାଳନାରେ ଆନ୍ତର୍ଜାତିକ ଖେଳାଳି ସ୍ୱସ୍ତି ସିଂହ ଓମନିୟମ ଇଭେଣ୍ଟରେ ତୃତୀୟ ସ୍ଥାନ ହାସଲ କରି ବ୍ରୋଞ୍ଜ ପଦକ ହାସଲ କରିଛନ୍ତି। ଚଳିତ ଜାତୀୟ କ୍ରୀଡାରେ ସ୍ୱସ୍ତିଙ୍କ ଏହା ହେଉଛି ତୃତୀୟ ବ୍ରୋଞ୍ଜ ।

Comments are closed.