ଓଡ଼ିଶା ମହିଳା ଫୁଟବଲ ଦଳକୁ ମୁଖ୍ୟମନ୍ତ୍ରୀଙ୍କ ଅଭିନନ୍ଦନ 

ଭୁବନେଶ୍ୱର – ଗୋଆରେ ଚାଲିଥିବା ୩୭ତମ ଜାତୀୟ କ୍ରୀଡାର ଫୁଟବଲରେ ଚାମ୍ପିୟନ ହୋଇଥିବାରୁ ଓଡ଼ିଶା ମହିଳା ଦଳକୁ ଅଭିନନ୍ଦନ ଜଣାଇଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ। ଆଗାମୀ ଦିନରେ ଓଡ଼ିଶା ମହିଳା ଫୁଟବଲ ଦଳ ଅଧିକରୁ ଅଧିକ ମ୍ୟାଚ ଜିତି ଆମ ସମସ୍ତଙ୍କୁ ଗର୍ବିତ କରିବ ବୋଲି ମୁଖ୍ୟମନ୍ତ୍ରୀ କହିଛନ୍ତି। ଭବିଷ୍ୟତ ପାଇଁ ଦଳକୁ ଶୁଭେଚ୍ଛା ଜଣାଇଛନ୍ତି ମୁଖ୍ୟମନ୍ତ୍ରୀ।

ସୂଚନାଯୋଗ୍ୟ ଯେ, ଜାତୀୟ କ୍ରୀଡା ମହିଳା ଫୁଟବଲରେ ଓଡ଼ିଶା ମଣିପୁରକୁ ଟାଇ ବ୍ରେକରରେ ୪-୨ ଗୋଲରେ ହରାଇ ଚାମ୍ପିୟନ ହୋଇଛି। ମାତ୍ର ଦ୍ୱିତୀୟ ଥର ପାଇଁ ହିଁ ଓଡ଼ିଶା ଜାତୀୟ କ୍ରୀଡା ମହିଳା ଫୁଟବଲରେ ସ୍ୱର୍ଣ୍ଣ ପଦକ ଜିତିଛି ।

Comments are closed.