ମହିଳା ଚାମ୍ପିଅନସ ଟ୍ରଫି ହକିରେ ଟାଇଟଲ ଜିତିଥିବାରୁ ଭାରତୀୟ ଦଳକୁ ମୁଖ୍ୟମନ୍ତ୍ରୀଙ୍କ ଅଭିନନ୍ଦନ

ଭୁବନେଶ୍ୱର – ମହିଳା ଚାମ୍ପିଅନସ ଟ୍ରଫି ହକିରେ ଟାଇଟଲ ହାସଲ କରିଥିବାରୁ ଭାରତୀୟ ହକି ଦଳକୁ ଅଭିନନ୍ଦନ ଜଣାଇଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ। ଏକତରଫା ଫାଇନାଲ ମ୍ୟାଚରେ ଭାରତ ଜାପାନକୁ ୪-୦ ଗୋଲରେ ହରାଇ ଚାମ୍ପିୟନ ହୋଇଛି। ଓମ୍ୟାନ ଇନ୍ ବ୍ଲୁ ବିଜୟଧାରା ଜାରି ରଖି ଦେଶ ପାଇଁ ସମ୍ମାନ ଆଣିବେ ବୋଲି ଆଶା ପ୍ରକାଶ କରିଛନ୍ତି ମୁଖ୍ୟମନ୍ତ୍ରୀ। ଭବିଷ୍ୟତର ପ୍ରତିଯୋଗିତାଗୁଡିକ ପାଇଁ ଦଳକୁ ଶୁଭେଚ୍ଛା ଜଣାଇଛନ୍ତି ମୁଖ୍ୟମନ୍ତ୍ରୀ। ଉଲ୍ଲେଖଯୋଗ୍ୟ ଯେ, ଓଡ଼ିଶା ସରକାର ଉଭୟ ମହିଳା ଓ ପୁରୁଷ ହକି ଦଳର ପ୍ରାୟୋଜକ ଅଛନ୍ତି । ନିକଟରେ ହାଙ୍ଗଝୁରେ ଅନୁଷ୍ଠିତ ଏସୀୟ କ୍ରୀଡା ମହିଳା ହକିରେ ଭାରତୀୟ ଦଳ ବ୍ରୋଞ୍ଜ ପଦକ ହାସଲ କରିଥିଲା ।

Comments are closed.