ପୂର୍ବତନ ବାଚସ୍ପତି ମହେଶ୍ୱର ମହାନ୍ତିଙ୍କ ପରଲୋକ

ଭୁବନେଶ୍ୱର – ପୂର୍ବତନ ବାଚସ୍ପତି ମହେଶ୍ବର ମହାନ୍ତିଙ୍କ ପରଲୋକ ହୋଇଯାଇଛି । ଭୁବନେଶ୍ୱରରର ଏକ ଘରୋଇ ହସ୍ପିଟାଲରେ ଚିକିତ୍ସାଧୀନ ଅବସ୍ଥାରେ ଆଖି ବୁଜିଛନ୍ତି ମହେଶ୍ୱର ମହାନ୍ତି। ରାତି ୩ଟା ୨୫ ମିନିଟରେ ତାଙ୍କ ଦେହାନ୍ତ ହୋଇଥିବା ସୂଚନା ମିଳିଛି । ଗୁରୁତର ଅସୁସ୍ଥ ହେତୁ ଅକ୍ଟୋବର ୩୧ ତାରିଖରୁ ତାଙ୍କୁ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା ।

୧୯୫୬ ମସିହା ଫେବ୍ରୁଆରୀ ୨୬ ତାରିଖରେ ଜନ୍ମ ଗ୍ରହଣ କରିଥିବା ମହେଶ୍ବର ମହାନ୍ତି ଉତ୍କଳ ବିଶ୍ଵବିଦ୍ୟାଳୟରୁ ଆଇନରେ ସ୍ନାତକ ଓ ବନାରସ ହିନ୍ଦୁ ବିଶ୍ବବିଦ୍ୟାଳୟରୁ ରାଜନୀତି ବିଜ୍ଞାନରେ ମାଷ୍ଟର ଡିଗ୍ରୀ ହାସଲ କରିଥିଲେ । ରାଜନୀତିରେ ପାଦ ଦେବା ପରେ ସେ ପୁରୀ ବିଧାନସଭା ନିର୍ବାଚନ ମଣ୍ଡଳୀରୁ ୫ ଥର ବିଧାୟକ ନିର୍ବାଚିତ ହୋଇଥିଲେ। ୧୯୯୫ରୁ ୨୦୧୯ ଯାଏଁ ସେ ବିଧାୟକ ଥିଲେ । ଥରେ ସେ ଜନତା ଦଳ ଟିକେଟରେ ଓ ଲଗାତର ଚାରିଥର ବିଜେଡି ଟିକେଟରେ ନିର୍ବାଚନ ଲଢ଼ି ବିଧାନସଭାକୁ ନିର୍ବାଚିତ ହୋଇଥିଲେ ମହେଶ୍ୱର ମହାନ୍ତି। ବିଜେଡି ସରକାରରେ ସେ ରାଜସ୍ୱ ମନ୍ତ୍ରୀ ଓ ପଞ୍ଚାୟତିରାଜ ମନ୍ତ୍ରୀ ଥିଲେ । ୨୦୦୪ରୁ ୨୦୦୮ ମସିହା ଯାଏଁ ବିଧାନସଭାର ବାଚସ୍ପତି ଥିଲେ ମହେଶ୍ୱର ମହାନ୍ତି।

Comments are closed.