ଆଉ ଏକ ହାତୀର ମୃତ୍ୟୁ

ଢେଙ୍କାନାଳ – ଆଉ ଏକ ହାତୀର ମୃତ୍ୟୁ।‌ ଢେଙ୍କାନାଳ ଜିଲ୍ଲା ହିନ୍ଦୋଳ ରେଞ୍ଜରେ ଏକ ଦନ୍ତା ହାତୀର ମୃତଦେହ ଆଜି ଠାବ ହୋଇଛି। ଖଜୁରିଆକଟା ସେକସନ ନୂଆବଗ ବ୍ୟାରେଜ ନିକଟରେ ହାତୀର ମୃତଦେହ ଠାବ ହୋଇଛି। ଦନ୍ତାର ବୟସ ୨୦ ରୁ ୨୫ ବର୍ଷ ହେବ। କେଉଁ କାରଣରୁ ଦନ୍ତାର ମୃତ୍ୟୁ ଘଟିଛି, ସେନେଇ କୌଣସି ସ୍ପଷ୍ଟ ସୂଚନା ମିଳି ନାହିଁ। ଖବର ପାଇ ବନ ବିଭାଗ ଘଟଣା ସ୍ଥଳରେ ପହଞ୍ଚି ହାତୀର ମୃତଦେହ ଉଦ୍ଧାର କରିବା ସହ ବ୍ୟବଚ୍ଛେଦ ପାଇଁ ପଠାଇଛି। ରିପୋର୍ଟ ଆସିବା ପରେ ହାତୀ ମୃତ୍ୟୁର କାରଣ ଜଣାପଡିବ ବୋଲି ସୂଚନା ମିଳିଛି।

Comments are closed.