ଅଧୀକ୍ଷଣ ଯନ୍ତ୍ରୀଙ୍କ ବିପୁଳ ଆୟ ବର୍ହିଭୂତ ସମ୍ପତ୍ତି ଠାବ

ଭୁବନେଶ୍ୱର – ଭୁବନେଶ୍ବର ପିଏଚ୍ ଅଧୀକ୍ଷଣ ଯନ୍ତ୍ରୀ ବିଶ୍ୱବନ୍ଧୁ ପାଣିଗ୍ରାହୀଙ୍କ ବିଭିନ୍ନ ଠିକଣାରେ ଚଢଉ କରି ବିପୁଳ ଆୟ ବର୍ହିଭୂତ ସମ୍ପତ୍ତି ଠାବ କରିଛି ଭିଜିଲାନ୍ସ ଟିମ୍। ଭୁବନେଶ୍ୱରରେ ଅଧୀକ୍ଷଣ ଯନ୍ତ୍ରୀଙ୍କ ୨ ମହଲା କୋଠା ଓ ଭଦ୍ରକରେ ମଧ୍ୟ କୋଠା ଠାବ କରିଛି ଭିଜିଲାନ୍ସ।

ଭୁବନେଶ୍ୱରରେ ୩ ମହଲା କୋଠା ପାଇଁ ସେ ୩୯ ଲକ୍ଷ ଆଡଭାନ୍ସ ଦେଇଥିବା ଚଢ଼ଉ ବେଳେ ଜଣାପଡିଛି। ଏହାଛଡା ଭୁବନେଶ୍ୱର ଓ ଭଦ୍ରକରେ ୪ଟି ପ୍ଲଟ ସମେତ ନଗଦ ୨ ଲକ୍ଷ ଟଙ୍କା, ୨୫୦ ଗ୍ରାମ ସୁନା, ୫୧ ଲକ୍ଷର ବୀମା, ଗୋଟିଏ କାର୍, ୪ଟି ବାଇକ ଠାବ କରିଛି ଭିଜିଲାନ୍ସ। ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ଅଧୀକ୍ଷଣ ଯନ୍ତ୍ରୀଙ୍କ ଭୁବନେଶ୍ବର ଓ ଭଦ୍ରକର ୬ଟି ଠିକଣାରେ ଆଜି ଏକକାଳୀନ ଚଢଉ କରିଥିଲା ଭିଜିଲାନ୍ସ। ଚଢ଼ାଉ ଜାରି ରହିଛି।

Comments are closed.