ବିବାଦୀୟ ବୟାନ ନେଇ ନୀତିଶ କୁମାରଙ୍କ ବିରୋଧରେ ମାମଲା

ପାଟନା: ମହିଳାଙ୍କ ଉପରେ ବିବାଦୀୟ ବୟାନ ନେଇ ମୁଖ୍ୟମନ୍ତ୍ରୀ ନୀତିଶ କୁମାରଙ୍କ ବିରୋଧରେ ବିହାରର ମୁଜାଫରପୁର ସିଜେଏମ୍ କୋର୍ଟରେ ଏକ ମାମଲା ଦାୟର ହୋଇଛି। ଏହା ଉପରେ ଶୁଣାଣି ନଭେମ୍ବର ୨୫ରେ ହେବ | ଗତକାଲି (ମଙ୍ଗଳବାର) ବିହାର ବିଧାନସଭାରେ ଜନସଂଖ୍ୟା ନିୟନ୍ତ୍ରଣ ଉପରେ ଆଲୋଚନା ବେଳେ ମୁଖ୍ୟମନ୍ତ୍ରୀ ନୀତୀଶ କୁମାର ମହିଳାଙ୍କ ଉପରେ ବିବାଦୀୟ ବୟାନ ଦେଇଥିଲେ ।

ଭାରତୀୟ ଜନତା ପାର୍ଟି ସହ ବହୁ ରାଜନୈତିକ ଦଳ ନୀତୀଶ କୁମାରଙ୍କ ବୟାନକୁ ସମାଲୋଚନା କରିବା ସହ ତାଙ୍କ ଇସ୍ତଫା ଦାବି କରିଛନ୍ତି।

ବିବାଦ ବଢ଼ିବା ପରେ ନୀତୀଶ କୁମାର ତାଙ୍କ ବୟାନ ପ୍ରତ୍ୟାହାର କରି କ୍ଷମା ମାଗିଛନ୍ତି । ତଥାପି ବିବାଦ ଥମିନାହିଁ।

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ମଧ୍ୟ ନୀତିଶଙ୍କୁ ସମାଲୋଚନା କରିଛନ୍ତି। ମଧ୍ୟ ପ୍ରଦେଶର ଗୁନାରେ ଏକ ରାଲିରେ ମୋଦୀ କହିଛନ୍ତି, “ଇଣ୍ଡିଆ ଆଲାଏନ୍ସର ନେତା ବିଧାନସଭାରେ ଏଭଳି ଅଶ୍ଳୀଳ କଥା କହିଛନ୍ତି ଯାହାର କଳ୍ପନା କରାଯାଇପାରିବ ନାହିଁ। ସେମାନଙ୍କ କୌଣସି ଲଜ୍ଜା ନାହିଁ। ମା ଓ ଭଉଣୀ ମାନଙ୍କ ଏଭଳି ଅପମାନ ବିରୋଧରେ ଇଣ୍ଡିଆ ଆଲାଏନ୍ସର ଜଣେ ବି ନେତା ମୁହଁ ଖୋଲି ନାହାଁନ୍ତି। ସେମାନେ କେତେ ତଳ ସ୍ତରକୁ ଯାଇପାରନ୍ତି ।”

Comments are closed.