୮ ନୌସେନା କର୍ମଚାରୀଙ୍କୁ କାତାର କୋର୍ଟଙ୍କ ମୃତ୍ୟୁ ଦଣ୍ଡାଦେଶ ବିରୋଧରେ ଅପିଲ କଲା ଭାରତ

ନୂଆଦିଲ୍ଲୀ: ଭାରତର ୮ ପୂର୍ବତନ ନୌସେନା କର୍ମଚାରୀଙ୍କୁ କାତାରର ଏକ କୋର୍ଟ ଦେଇଥିବା ମୃତ୍ୟୁ ଦଣ୍ଡାଦେଶ ବିରୋଧରେ ଭାରତ ଅପିଲ କରିଛି । ଭାରତୀୟ ବୈଦେଶିକ ମନ୍ତ୍ରଣାଳୟର ମୁଖପାତ୍ର ଅରିନ୍ଦମ ବାଗଚି ଗୁରୁବାର ଏହି ସୂଚନା ଦେଇଛନ୍ତି। ମୃତ୍ୟୁଦଣ୍ଡ ପାଇଥିବା ଏହି ନୌସେନା କର୍ମଚାରୀଙ୍କୁ ଭେଟିବା ପାଇଁ ନିକଟରେ ଭାରତୀୟ ଦୂତାବାସକୁ କନସୁଲାର ସୁବିଧା ଉପଲବ୍ଧ କରାଯାଇଥିଲା।

ଅକ୍ଟୋବର ୨୬ରେ କତାରର‌ ଏକ କୋର୍ଟ ଗୁପ୍ତଚର କାର୍ଯ୍ୟ ଅଭିଯୋଗରେ କ୍ୟାପଟେନ୍ ବୀରେନ୍ଦ୍ର କୁମାର ବର୍ମା, କ୍ୟାପଟେନ ସୌରଭ ବୈଷ୍ଣବ, କ୍ୟାପଟେନ୍ ନବତେଜ ସିଂ ଗିଲ୍, କମାଣ୍ଡର ଅର୍ଣ୍ଣ ନାଗପାଲ, କମାଣ୍ଡର ଅମିତ ନାଗପାଲ, କମାଣ୍ଡର ସଞ୍ଜୀବ ଗୁପ୍ତା, କମାଣ୍ଡର ସୁଗୁନାକର ପକାଲା ଏବଂ ବିକ୍ରେତା ରାଗେଙ୍କ ସହ ଭାରତର ୮ ଜଣ ପୂର୍ବତନ ନୌସେନା କର୍ମଚାରୀଙ୍କୁ ଫାଶି ଦଣ୍ଡାଦେଶ ଦେଇଥିଲେ। ଏମାନେ ଇସ୍ରାଏଲ ପାଇଁ ଗୁଇନ୍ଦାଗିରି କରୁଥିବା ଅଭିଯୋଗ ହୋଇଛି। କତାର କୋର୍ଟର ଏହି ରାୟରେ ଭାରତ ଆଶ୍ଚର୍ଯ୍ୟ ପ୍ରକାଶ କରିଥିଲା ।

Comments are closed.