ବଢୁଛି ଶୀତ, ଜି. ଉଦୟଗିରି ସବୁଠାରୁ ଥଣ୍ଡା ସହର

ଭୁବନେଶ୍ୱର – ରାଜ୍ୟରେ ଅନେକ ଅଞ୍ଚଳରେ ପାରଦ ଖସିବା ସହ ଶୀତ ବଢିବା ଆରମ୍ଭ ହୋଇଛି। ରାତି ତାପମାତ୍ରା ହ୍ରାସ ପାଇବା ସହ ଶୀତ ବଢିଛି । ଉତ୍ତର-ପଶ୍ଚିମ ଦିଗରୁ ରାଜ୍ୟକୁ ଥଣ୍ଡା ଶୁଷ୍କ ପବନ ପ୍ରବେଶ କରୁଛି । ଏହାର ପ୍ରଭାବରେ ସ୍ବାଭାବିକଠାରୁ ୨ ରୁ ୩ ଡିଗ୍ରୀ ସେଲସିୟସ ପର୍ଯ୍ୟନ୍ତ କମିଛି ପାରଦ । ଆସନ୍ତା ୪ ଦିନ ପର୍ଯ୍ୟନ୍ତ ତାପମାତ୍ରା ଆହୁରି କମିବ ବୋଲି ଭୁବନେଶ୍ୱର ଆଞ୍ଚଳିକ ପାଣିପାଗ କେନ୍ଦ୍ର ପୂର୍ବାନୁମାନ କରିଛି ।

କନ୍ଧମାଳ ଜିଲ୍ଲାର ଜି.ଉଦୟଗିରିରେ ରାତ୍ରି ତାପମାତ୍ରା ୧୦.୫ ଡ଼ିଗ୍ରୀ ରେକର୍ଡ କରାଯାଇଛି। ସେମିଳିଗୁଡାରେ ୧୧.୧, କୋରାପୁଟରେ ୧୧.୬ , କେନ୍ଦୁଝରରେ ୧୨.୮ ,ଫୁଲବାଣୀରେ ୧୩,ଦାରିଙ୍ଗବାଡିରେ ୧୩,କିରେଇରେ ୧୩.୭, ଭବାନୀପାଟଣାରେ ୧୫, ନବରଙ୍ଗପୁରରେ ୧୫ ଡିଗ୍ରୀ ସେଲସିୟସ ରାତି ତାପମାତ୍ରା ରେକର୍ଡ କରାଯାଇଛି

Comments are closed.