କୋଲକାତାରୁ ଓଡ଼ିଶା ଆସୁଥିବା ବସରେ ନିଆଁ : କେନ୍ଦ୍ରାପଡାର ଜଣେ ମହିଳା ଯାତ୍ରୀଙ୍କ ମୃତ୍ୟୁ, ୩୫ ଆହତ

ଭୁବନେଶ୍ୱର – କୋଲକାତାରୁ ପାରାଦୀପ ଆସୁଥିବା ଏକ ଯାତ୍ରୀବାହୀ ବସରେ ନିଆଁ ଲାଗିଯିବାରୁ ଜଣେ ଓଡ଼ିଶାର ଜଣେ ମହିଳା ଯାତ୍ରୀଙ୍କ ମୃତ୍ୟୁ ହୋଇଛି। ମୃତ ମହିଳା କେନ୍ଦ୍ରାପଡ଼ା ଜିଲ୍ଲାର ପୁ‌ଷ୍ପାଞ୍ଜଳି ଦାସ ବୋଲି ଜଣାପଡିଛି । ମାର୍ଶାଘାଇ ଥାନା ଅନ୍ତର୍ଗତ ଅଙ୍ଗୁଳି ପଞ୍ଚାୟତ ନୋଳିଆ ଗାଁରେ ପୁଷ୍ପାଞ୍ଜଳିଙ୍କ ଘର । ବସରେ ୧୬ ଜଣ କେନ୍ଦ୍ରାପଡାର ଯାତ୍ରୀ ଥିଲେ । ବସରେ ମୃତ ପୁଷ୍ପାଞ୍ଜଳିଙ୍କ ସ୍ୱାମୀ ରାଜେନ୍ଦ୍ର ଦାସ , ୧୧ ବର୍ଷର ଝିଅ ଓ ୭ ବର୍ଷର ପୁଅ ବି ଥିଲେ । ସ୍ବାମୀ ରାଜେନ୍ଦ୍ର ଦାସଙ୍କ କହିବା ଅନୁଯାୟୀ, ସେ, ରାତିରେ ବସରେ ନିଆଁ ଲାଗିଥିବା ଜାଣି ପ୍ରଥମେ ସ୍ତ୍ରୀ ପୁଷ୍ପାଞ୍ଜଳି ତାଙ୍କୁ ବାହାରକୁ ଚାଲିଯିବା ଲାଗି କହିଥିଲେ। ଏହାପରେ ସେ ଝିଅକୁ ଧରି ବସ୍ ବାହାରକୁ ଚାଲିଆସିଥିଲେ। ଏହାପରେ ନିଜର ପୁଅକୁ ସେ ଝରକା ବାଟେ ଦେଇଥିଲେ। ଏକ ବୃଦ୍ଧ ଦମ୍ପତିଙ୍କୁ ପୁଷ୍ପାଞ୍ଜଳି ବସ୍ ବାହାରକୁ ଆଣିବା ଲାଗି ଉଦ୍ୟମ କଲା ବେଳେ ତାଙ୍କ ଶରୀରରେ ନିଆଁ ଲାଗିଯାଇଥିଲା। ପୁଷ୍ପାଞ୍ଜଳିଙ୍କ ସ୍ୱାମୀ କୋଲକାତାରେ ଏକ ସପିଂ ମଲରେ କାମ କରନ୍ତି।

ଉଦ୍ଧାର କାର୍ଯ୍ୟ ପରେ ପ୍ରଶାସନର ସ୍ୱତନ୍ତ୍ର ବସ୍ ଯୋଗେ ବାଲେଶ୍ବରରେ ପହଞ୍ଚିଛନ୍ତି ସମସ୍ତ ଯାତ୍ରୀ ।

Comments are closed.