ଆଜିଠୁ ରାଜ୍ୟସ୍ତରୀୟ ଶିଶୁ ମହୋତ୍ସବ ‘ସୁରଭି’ , ସଫଳ ସ୍କୁଲ ରୂପାନ୍ତରଣର ଝଲକ ପାଇବେ ଶିକ୍ଷକ ଓ ଅଭିଭାବକ

ଭୁବନେଶ୍ୱର – ଆଜିଠୁ ଭୁବନେଶ୍ୱରରେ ଆରମ୍ଭ ହେବାକୁ ଯାଉଛି ରାଜ୍ୟସ୍ତରୀୟ ଶିଶୁ ମହୋତ୍ସବ ‘ସୁରଭି’ । ସ୍ଥାନୀୟ ୟୁନିଟ୍ -୯ ବାଳକ ଉଚ୍ଚ ବିଦ୍ୟାଳୟ ପରିସରରେ ଆୟୋଜିତ ହେବାକୁ ଥିବା ଏହି ଶିଶୁ ମହୋତ୍ସବରେ ୫-ଟି ସ୍କୁଲ୍ ରୂପାନ୍ତରଣ କାର୍ଯ୍ୟକ୍ରମ ଅଧୀନରେ ଗ୍ରହଣ କରାଯାଇଥିବା ଅଭିନବ ପଦକ୍ଷେପଗୁଡିକ ସମ୍ପର୍କରେ ଶିକ୍ଷକ ଓ ଅଭିଭାବକମାନେ ଅବଗତ ହେବେ । ଏଥିପାଇଁ ଏ ବର୍ଷର ମହୋତ୍ସବରେ ଆଂକାକ୍ଷୀ ପ୍ୟାଭିଲିୟନ ନିର୍ମିତ ହୋଇଛି। ଗଣଶିକ୍ଷା ବିଭାଗ ପକ୍ଷରୁ ଆୟୋଜିତ ଏହି ମହୋତ୍ସବରେ ବ୍ଲକ୍ ଓ ଜିଲ୍ଲାସ୍ତରରେ ବିଭିନ୍ନ ପ୍ରତିଯୋଗିତାରେ ବିଜୟୀ ହୋଇଥିବା ଛାତ୍ରଛାତ୍ରୀମାନେ ଭାଗ ନେବେ । ଆଜି ଉଦଘାଟନୀ ଦିବସରେ ଗଣଶିକ୍ଷା ମନ୍ତ୍ରୀ ସୁଦାମ ମାର୍ଣ୍ଡି, ଭୁବନେଶ୍ୱର ମେୟର ସୁଲୋଚନା ଦାସ, ବିଧାୟକ ଅନନ୍ତ ନାରାୟଣ ଜେନା, ସୁଶାନ୍ତ ରାଉତ ଓ ମୁଖ୍ୟ ଶାସନ ସଚିବ ପ୍ରଦୀପ ଜେନା ଅତିଥି ଭାବେ ଯୋଗ ଦେବେ । ୧୬ ତାରିଖ ଉଦଯାପନୀ ଉତ୍ସବରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ମୁଖ୍ୟ ଅତିଥି ଭାବେ ଯୋଗ ଦେବେ ।

Comments are closed.