ସୁବର୍ଣ୍ଣପୁର ଜିଲ୍ଲାରେ ବୋରୱେଲ ଟ୍ରାଜେଡି, ୨୦ ଫୁଟ ଗଭୀର ଖାତକୁ ଖସିପଡିଲେ ବୃଦ୍ଧା

ସୋନପୁର – ସୁବର୍ଣ୍ଣପୁର ଜିଲ୍ଲାରେ ବୋରୱେଲ୍‌ ଟ୍ରାଜେଡି । ସୁବର୍ଣ୍ଣପୁର ଜିଲ୍ଲା ସୋନପୁର-ବଉର୍ଡଆ ରାସ୍ତାର କଇଁଫୁଲ ଗାଁରେ ଏକ ପରିତ୍ୟକ୍ତ ଗଭୀର ବୋରୱେଲରେ ଖସି ପଡିଛନ୍ତି ଜଣେ ବୃଦ୍ଧା । ୨୦ ଫୁଟ ଗଭୀର ବୋରୱେଲ୍‌ରେ ବୃଦ୍ଧା ଜଣକ ଖସି ପଡିଛନ୍ତି । ବୃଦ୍ଧା ଜଣକ ହେଉଛନ୍ତି ଖଲିଆପାଲି ପଞ୍ଚାୟତ ଗୋବିନ୍ଦପୁରର ଦୁଃଖି ନାୟକ । ନିଜ ଝିଅ ଘରକୁ ଆସିଥିବା ବେଳେ ସେ ଝାଡୁ ତିଆରି ପାଇଁ ବେଣା ଆଣିବାକୁ ଯାଇଥିବା ବେଳେ ବୋରୱେଲରେ ଖସି ପଡ଼ିଥିଲେ ।

ଘଟଣାସ୍ଥଳରେ ଅଗ୍ନିଶମ ବାହିନୀ ପହଞ୍ଚିଛି । ବୃଦ୍ଧାଙ୍କୁ ଉଦ୍ଧାର ପାଇଁ ଉଦ୍ୟମ ଜାରି ରହିଛି।

Comments are closed.