ଜାନୁଆରୀ ପହିଲାରୁ ଶ୍ରୀମନ୍ଦିର ପରିସରରେ ପାନ, ଗୁଟଖା ସଂପୂର୍ଣ୍ଣ ନିଷେଧ

ପୁରୀ – ଆସନ୍ତାବର୍ଷ ଜାନୁଆରୀ ପହିଲାରୁ ଶ୍ରୀମନ୍ଦିର ପରିସରରେ ପାନ, ଗୁଟଖା ସଂପୂର୍ଣ୍ଣ ନିଷେଧ ହେବ । ଜାନୁଆରୀ ୧ ତାରିଖରୁ ଲାଗୁ ଏହି ନିୟମ ଲାଗୁ ନେଇ ଛତିଶା ନିଯୋଗକୁ ଶ୍ରୀମନ୍ଦିର ପ୍ରଶାସନ ଚିଠି ଲେଖିଛି । ପାନ , ଗୁଟଖା ଖାଇ ଶ୍ରୀମନ୍ଦିର ପରିସରକୁ ନ ଯିବା ପାଇଁ ଏବେ ଲୋକମାନଙ୍କ ସଚେତନ କରାଯିବ ବୋଲି ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ ରଞ୍ଜନ କୁମାର ଦାସ କହିଛନ୍ତି। ପାନ, ଗୁଟଖା ପାଇଁ ଫାଇନ୍ ବ୍ୟବସ୍ଥା ଥିଲେ ବି କେହି ମାନୁନାହାନ୍ତି । ଏବେ ଲୋକଙ୍କୁ ସଚେତନ କରାଯିବ । ଜାନୁଆରୀ ୧ରୁ ନିୟମ କଡାକଡି ଭାବେ ଲାଗୁ ହେବ । ଶ୍ରୀମନ୍ଦିର ପ୍ରଶାସନ କାର୍ଯ୍ୟାଳୟର କର୍ମଚାରୀଙ୍କୁ ବି ପାନ, ଗୁଟଖା ମନା କରାଯିବ ବୋଲି ମୁଖ୍ୟ ପ୍ରଶାସକ କହିଛନ୍ତି।

Comments are closed.