ଆସନ୍ତା ୨୧ରେ ବିଧାନସଭାର ଉପବାଚସ୍ପତି ନିର୍ବାଚନ

ଭୁବନେଶ୍ୱର – ଚଳିତ ମାସ ୨୧ ତାରିଖରେ ହେବ ବିଧାନସଭାର ଉପବାଚସ୍ପତି ନିର୍ବାଚନ । ୨୧ ତାରିଖ ସକାଳ ୯ଟା ୩୦ ମିନିଟରେ ଉପବାଚସ୍ପତି ନିର୍ବାଚନ ପାଇଁ ସ୍ଥିର ହୋଇଛି । ଏ ନେଇ ବିଧାନସଭା ସଚିବଙ୍କ ପକ୍ଷରୁ ସବୁ ସଦସ୍ୟଙ୍କୁ ଚିଠି ଲେଖି ଅବଗତ କରାଯାଇଛି ।

ରଜନୀକାନ୍ତ ସିଂହଙ୍କ ଇସ୍ତଫା ପରେ ବିଧାନସଭାର ଉପବାଚସ୍ପତି ପଦବୀ ଖାଲି ପଡ଼ିଛି । କିଛି ଦିନ ତଳେ ବିଜେଡି ବିଧାୟକ ରଜନୀକାନ୍ତ ସିଂହ ଉପବାଚସ୍ପତି ପଦରୁ ଇସ୍ତଫା ଦେଇଥିଲେ। ସୂଚନାଯୋଗ୍ୟ ଯେ, ନଭେମ୍ବର ୨୧ ତାରିଖରୁ ହିଁ ବିଧାନସଭାର ଶୀତକାଳୀନ ଅଧିବେଶନ ଆରମ୍ଭ ହେଉଛି।

Comments are closed.