ରାଜ୍ୟସ୍ତରୀୟ ଶିଶୁ ମହୋତ୍ସବ ସୁରଭି ଉଦଘାଟିତ

ଭୁବନେଶ୍ବର – ଉଦଘାଟିତ ହୋଇଛି ରାଜ୍ୟସ୍ତରୀୟ ଶିଶୁ ମହୋତ୍ସବ ‘ସୁରଭି’ । ଭୁବନେଶ୍ବର ୟୁନିଟ-୯ ବାଳକ ଉଚ୍ଚ ବିଦ୍ୟାଳୟ ପରିସରରେ ୩ ଦନିଆ ରାଜ୍ୟସ୍ତରୀୟ ଶିଶୁ ମହୋତ୍ସବରେ ୫-ଟି ଉପକ୍ରମ ଅଧୀନସ୍ଥ ବିଦ୍ୟାଳୟ ରୂପାନ୍ତରଣର ଗାଥା ଦେଖିବାକୁ ମିଳିଛି । ଚଳିତବର୍ଷ ନିର୍ମିତ ହୋଇଛି ଆକାଂକ୍ଷୀ ପାଭିଲିୟନ୍ । ଏଠାରେ ଛାତ୍ରଛାତ୍ରୀ, ଶିକ୍ଷକ, ଶିକ୍ଷୟିତ୍ରୀ ଓ ଅଭିଭାବକମାନେ ଫାଇଭ-ଟି ବିଦ୍ୟାଳୟ ରୂପାନ୍ତରଣ ଅଧୀନରେ ଗ୍ରହଣ କରାଯାଇଥିବା ଅଭିନବ ପଦକ୍ଷେପ ଗୁଡ଼ିକ ଦେଖିପାରିବେ ।

ଶିଶୁ ମହୋତ୍ସବର ଉଦ୍‌ଘାଟନୀ ଉତ୍ସବରେ ବିଦ୍ୟାଳୟ ଓ ଗଣଶିକ୍ଷା ମନ୍ତ୍ରୀ ସୁଦାମ ମାର୍ଣ୍ଡି, ଭୁବନେଶ୍ଵର ମେୟର ସୁଲୋଚନା ଦାସ, ବିଧାୟକ ଅନନ୍ତ ନାରାୟଣ ଜେନା, ସୁଶାନ୍ତ କୁମାର ରାଉତ ଅତିଥି ଭାବେ ଯୋଗ ଦେଇଥିଲେ ।

Comments are closed.