ସାହାରା ଗ୍ରୁପ ପ୍ରତିଷ୍ଠାତା ସୁବ୍ରତ ରାୟଙ୍କ ପରଲୋକ

ମୁମ୍ବାଇ – ବିଶିଷ୍ଟ ଶିଳ୍ପପତି ତଥା ସାହାରା ଗ୍ରୁପ୍ ମୁଖ୍ୟ ସୁବ୍ରତ ରାୟଙ୍କ ପରଲୋକ ହୋଇଯାଇଛି। ୭୫ ବର୍ଷ ବୟସରେ ମୁମ୍ବାଇରେ ଆଖି ବୁଜିଛନ୍ତି ସୁବ୍ରତ ରାୟ । ଦୀର୍ଘଦିନ ଧରି ସେ ଏକ ଘରୋଇ ହସ୍ପିଟାଲରେ ଚିକିତ୍ସାଧୀନ ଥିଲେ । ସୁବ୍ରତ ରାୟ ସାହାରା ଗ୍ରୁପର ପ୍ରତିଷ୍ଠାତା ଅଧ୍ୟକ୍ଷ ଥିଲେ । ୧୯୭୮ରେ ସେ ସାହାରା ଇଣ୍ଡିଆ ପରିବାର ପ୍ରତିଷ୍ଠା କରିଥିଲେ । ବିହାରର ଆରାରିଆରେ ୧୯୪୮ ମସିହାରେ ଜନ୍ମଗ୍ରହଣ କରିଥିଲେ ସୁବ୍ରତ ରାୟ। ମେକାନିକାଲ ଇଞ୍ଜିନିୟରିଂରେ ଡିଗ୍ରୀ ହାସଲ କରିଥିବା ସୁବ୍ରତ ରାୟ ବ୍ୟବସାୟ କ୍ଷେତ୍ରରେ ପ୍ରବେଶ କରିଥିଲେ । ୧୯୭୮ରେ ସେ ସାହାରା ଫାଇନାନ୍ସକୁ ସାହାରା ଇଣ୍ଡିଆ ପରିବାରରେ ରୂପାନ୍ତରିତ କରିଥିଲେ । ଏହା ଭାରତର ଅନ୍ୟତମ ବୃହତ୍ତମ ବ୍ୟବସାୟିକ ସଂସ୍ଥା ଭାବେ ମୁଣ୍ଡ ଟେକିଥିଲା । ଫାଇନାନ୍ସ, ରିୟଲ ଇଷ୍ଟେଟ, ମିଡିଆ ଓ ହସପିଟାଲିଟି କ୍ଷେତ୍ରରେ ପ୍ରବେଶ କରିଥିଲା ସାହାରା ଗ୍ରୁପ୍ । ୨୦୧୪ରେ ସୁବ୍ରତ ରାୟ ନିବେଶକଙ୍କୁ ଅର୍ଥ ନ ଫେରାଇବା ମାମଲାରେ ଫସିଥିଲେ । ସେବି ସହ ତାଙ୍କର ବିବାଦ ସୁପ୍ରିମକୋର୍ଟ ପର୍ଯ୍ୟନ୍ତ ଯାଇଥିଲା । ଏଥିପାଇଁ ତାଙ୍କୁ ଜେଲ୍ ଯିବାକୁ ପଡିଥିଲା । ସେ ତିହାର ଜେଲରେ ରହିଥିଲେ । ପରେ ସେ ପାରୋଲରେ ଆସିଥିଲେ ।

Comments are closed.