ଗୀତା ଉପଦେଶ:- ଯେଉଁମାନେ କର୍ମ ଯୋଗରେ ସ୍ଥିତ ସର୍ବଦା “ମୁଁ କର୍ତ୍ତା ନୁହେଁ” ଏପରି ମନେ କରିଥାନ୍ତି

ଭଗବାନ ଶ୍ରୀକୃଷ୍ଣ ଗୀତା ରେ ଅର୍ଜୁନଙ୍କୁ ଜ୍ଞାନ କର୍ମ ସନ୍ନ୍ୟାସ ଯୋଗ ସମ୍ବନ୍ଧରେ କହୁଛନ୍ତି-

ନୈବ କିଞ୍ଚିତ୍ କରୋମୀତି ଯୁକ୍ତୋ ମନ୍ୟେତ ତତ୍ତ୍ୱବିତ୍। ପଶ୍ୟଞ୍‌ଶୃଣ୍ୱନ୍‌ସ୍ପୃଶଞ୍ଜିଘ୍ରନ୍ନଶ୍ନନ୍‌ଗଚ୍ଛନ୍‌ସ୍ୱପଞ୍‌ଶ୍ୱସନ୍।

ଅର୍ଥାତ ଯେଉଁମାନେ କର୍ମ ଯୋଗରେ ସ୍ଥିତ ରହିଥାଆନ୍ତି, ସେମାନେ ଦେଖିବା, ଶୁଣିବା, ସ୍ପର୍ଶ କରିବା, ଶୁଙ୍ଘିବା, ଚାଲିବା, ଶୋଇବା, ଶ୍ୱାସପ୍ରଶ୍ୱାସ ନେବା, କଥା କହିବା, ମଳତ୍ୟାଗ କରିବା, ଧରିବା ପ୍ରଭୃତି କାର୍ଯ୍ୟ କରୁଥିଲେ ମଧ୍ୟ ସର୍ବଦା “ମୁଁ କର୍ତ୍ତା ନୁହେଁ” ଏପରି ମନେ କରିଥାନ୍ତି । ଦିବ୍ୟ ଜ୍ଞାନର ଆଲୋକରେ ସେମାନେ ଦେଖିପାରନ୍ତି ଯେ ଏହି ସବୁ କ୍ରିୟା କେବଳ ଭୌତିକ ଇନ୍ଦ୍ରିୟମାନଙ୍କର ଇନ୍ଦ୍ରିୟ ବିଷୟରେ ବିଚରଣ କରିବାର ପରିଣାମ ଅଟେ।

Comments are closed.