କାରଖାନାରେ ବିସ୍ଫୋରଣ, ୧ ଶ୍ରମିକ ମୃତ, ୨ ଗୁରୁତର

ରାଉରକେଲା – ରାଉରକେଲାର କଲୁଙ୍ଗା ଶୁଭମ୍‌ ଇସ୍ପାତ କାରଖାନାରେ ବିସ୍ଫୋରଣ ହେବାରୁ ଜଣେ ଶ୍ରମିକଙ୍କ ମୃତ୍ୟୁ ହୋଇଥିବା ବେଳେ ଅନ୍ୟ ଦୁଇଜଣ ଗୁରୁତର ଆହତ ହୋଇଛନ୍ତି । ବିସ୍ଫୋରଣରେ ପ୍ରାଣ ହରାଇଥିବା ଶ୍ରମିକ ଜଣଙ୍କ ଯାଜପୁର ଜିଲ୍ଲାୟ ଚିନ୍ମୟ ବେହେରା ବୋଲି ଜଣାପଡିଛି । ବିସ୍ଫୋରଣ କେମିତି ହେଲା, ତାହା ସ୍ପଷ୍ଟ ହୋଇନାହିଁ। ତେବେ, ଗ୍ୟାସ୍‌ ପାଇପ୍‌ ଲିକ୍‌ ହେବା ଯୋଗୁ ବିସ୍ଫୋରଣ ହୋଇଥିବା ସୂଚନା ରହିଛି। ଗତକାଲି ବିଳମ୍ବିତ ରାତିରେ ବିସ୍ଫୋରଣ ହୋଇଛି।ଏହି ଅଘଟଣ ଘଟିଛି।

Comments are closed.