ରାଜ୍ୟରେ ଆହୁରି ମଜବୁତ ହେବ ଶିକ୍ଷା କ୍ଷେତ୍ର : ୫-ଟି ଶୈଳୀରେ ଲାଗୁ ହେବ ୫-ସି

ଭୁବନେଶ୍ୱର – ରାଜ୍ୟରେ ଶିକ୍ଷା କ୍ଷେତ୍ର ହେବ ଆହୁରି ସ୍ୱଚ୍ଛ ଓ ସମୃଦ୍ଧ । ଏଥିପାଇଁ ୫-ଟି ଶୈଳୀରେ ଶିକ୍ଷା କ୍ଷେତ୍ରରେ ଲାଗୁ ହେବ ୫-ସି । ୫-ସି ମାନେ କମ୍ୟୁନିଟି (ଗୋଷ୍ଠୀ), କନେକ୍ଟ ( ସଂଯୋଗ), କୋଲାବୋରେସନ ( ଭାଗିଦାରୀ), କ୍ରିଏଟ ( ସୃଜନ ) ଓ କୋଅପରେ‌ସନ ( ସହଯୋଗ ) ।

୫-ସି ଯୋଜନା ରାଜ୍ୟ ସରକାରଙ୍କ ‘ମୋ ସ୍କୁଲ ଅଭିଯାନର ଅଂଶ ବିଶେଷ ହେବ । ସ୍କୁଲ ଓ ଗଣଶିକ୍ଷା ସଚିବ ଏସ. ଅଶ୍ୱଥି ଏ ନେଇ ସୂଚନା ଦେଇଛନ୍ତି।

ଶିକ୍ଷା ବ୍ୟବସ୍ଥାକୁ ମଜବୁତ କରିବାକୁ ୫-ସି ଏକ ନୂଆ ପଦକ୍ଷେପ । ଏହା ମାଧ୍ୟମରେ ବିଦ୍ୟାଳୟ, ଶିକ୍ଷକ, ଛାତ୍ରଛାତ୍ରୀ ଏବଂ ଅଭିଭାବକଙ୍କ ସମେତ ବିଭିନ୍ନ ଆଲୁମିନି ମଧ୍ୟରେ ସୁସମ୍ପର୍କ ସ୍ଥାପନ କରାଯାଇପାରିବ ।

Comments are closed.