ଆଜି ନନ୍ଦନକାନନ ନୂଆ ରୋପ୍ ୱେର ଉଦଘାଟନ

ଭୁବନେଶ୍ୱର – ପର୍ଯ୍ୟଟକଙ୍କ ପାଇଁ ନନ୍ଦନକାନନରେ ନୂଆ ରୋପ୍ ୱେ ଆଜି ଉଦଘାଟିତ ହେବ । ଆଜି ଅପରାହ୍ନରେ ନୂତନ ରୋପ୍ ୱେର ଉଦଘାଟନ କରିବେ ଜଙ୍ଗଲ ଓ ପରିବେଶ ମନ୍ତ୍ରୀ ପ୍ରଦୀପ କୁମାର ଅମାତ। ଆସନ୍ତାକାଲିଠାରୁ ପର୍ଯ୍ୟଟକଙ୍କ ପାଇଁ ନୂଆ ରୋପ୍ ୱେ ଉପଲବ୍ଧ ହେବ।

ପୂର୍ବରୁ ନନ୍ଦନ କାନନରେ ରୋପ୍ ୱେ ବ୍ୟବସ୍ଥା ଥିଲେ ମଧ୍ୟ ଦୀର୍ଘ ବର୍ଷ ହେବ ଏହା ଅଚଳ ପଡ଼ିଥିଲା। ପରେ ପୁଣି ଥରେ ଏହାର ପୁନରୁଦ୍ଧାର କାର୍ଯ୍ୟ କରାଯାଇଛି।

Comments are closed.