ବଙ୍ଗୋପ ସାଗରରେ ବାତ୍ୟା ‘ମିଧିଲି’

ଭୁବନେଶ୍ୱର – ବଙ୍ଗୋପ ସାଗରରେ ସୃଷ୍ଟି ହୋଇଥିବା ଗଭୀର ଅବପାତ ବାତ୍ୟାରେ ପରିଣତ ହୋଇଛି । ବାତ୍ୟାର ନାମ ‘ମିଧିଲି’ ରହିଛି । ବାତ୍ୟା ବାଂଲାଦେଶ ଉପକୂଳରେ ଲାଣ୍ଡଫଲ୍ କରିବ । ଏହା ଉତ୍ତର ପୂର୍ବ ଦିଗକୁ ଘଣ୍ଟାକୁ ୨୦ କିମି ବେଗରେ ଗତି କରୁଛି ବାତ୍ୟା । ଆସନ୍ତାକାଲି (୧୮ ତାରିଖ ) ଭୋରରେ ମୋଙ୍ଗଲା ଓ ଖେପାପୁରା ମଧ୍ୟରେ ସ୍ଥଳଭାଗକୁ ଅତିକ୍ରମ କରିବ । ଓଡ଼ିଶା ଉପରେ ବାତ୍ୟାର କୌଣସି ପ୍ରଭାବ ପଡ଼ିବ ନାହିଁ ବୋଲି ଭାରତୀୟ ପାଣିପାଗ ବିଭାଗ ପୂର୍ବାନୁମାନ କରିଛି। କେବଳ ଉପକୂଳ ଓଡ଼ିଶାରେ ହାଲୁକାରୁ ମଧ୍ୟମ ଧରଣର ବର୍ଷା ସମ୍ଭାବନା ରହିଛି । ଜଗତସିଂହପୁର ଓ କେନ୍ଦ୍ରାପଡ଼ା ଜିଲ୍ଲାକୁ ଆଜି ପାଇଁ ୟେଲୋ ୱାର୍ଣ୍ଣିଂ ଜାରି କରାଯାଇଛି। ସମୁଦ୍ର ଭିତରେ ପବନର ବେଗ ବଢୁଥିବାରୁ ୧୮ ତାରିଖ ଯାଏଁ ମତ୍ସ୍ୟଜୀବୀଙ୍କୁ ସମୁଦ୍ରକୁ ଯିବାକୁ ବାରଣ କରାଯାଇଛି ।

Comments are closed.