ଭଗବାନ ଶ୍ରୀକୃଷ୍ଣ ଅର୍ଜୁନଙ୍କୁ ପ୍ରତ୍ୟେକ ବ୍ୟକ୍ତିଙ୍କର କର୍ମର ଉପାଦାନ ସବୁ ବୁଝାଇବାକୁ ଯାଇ କହୁଛନ୍ତି –
ସୁଖଂ ତ୍ୱିଦାନୀଂ ତ୍ରିବିଧଂ ଶୃଣୁ ମେ ଭରତର୍ଷଭ। ଅଭ୍ୟାସାଦ୍ରମତେ ଯତ୍ର ଦୁଃଖାନ୍ତଂ ଚ ନିଗଚ୍ଛତି।
ଅର୍ଥାତ ଶ୍ରୀକୃଷ୍ଣ କର୍ମକୁ ପ୍ରେରିତ ଏବଂ ନିୟନ୍ତ୍ରିତ କରୁଥିବା କାରକମାନଙ୍କର ବର୍ଣ୍ଣନା କଲେ । ବର୍ତ୍ତମାନ ସେ କର୍ମର ଲକ୍ଷ୍ୟ ଆଡ଼କୁ ଅଗ୍ରସର ହେଉଛନ୍ତି । ସମସ୍ତ କର୍ମର ଅନ୍ତିମ ଉଦ୍ଦେଶ୍ୟ ହେଉଛି ଆନନ୍ଦର ଅନ୍ୱେଷଣ । ସମସ୍ତେ ଆନନ୍ଦ କାମନା କରୁଛନ୍ତି, ତାଙ୍କର କର୍ମଦ୍ୱାରା ସେମାନେ ପରିପୂର୍ଣ୍ଣତା, ସୁଖ ଓ ସନ୍ତୋଷ ଖୋଜୁଛନ୍ତି । କିନ୍ତୁ ପ୍ରତ୍ୟେକ ବ୍ୟକ୍ତିଙ୍କର କର୍ମର ଉପାଦାନ ସବୁ ଭିନ୍ନ ଭିନ୍ନ ହୋଇଥିବା କାରଣରୁ ସେମାନଙ୍କ କର୍ମ ଦ୍ୱାରା ପ୍ରାପ୍ତ ହେଉଥିବା ଆନନ୍ଦର ସ୍ୱରୂପ ମଧ୍ୟ ଭିନ୍ନ ଭିନ୍ନ ହୋଇଥାଏ । ଶ୍ରୀକୃଷ୍ଣ ବର୍ତ୍ତମାନ ତିନି ପ୍ରକାରର ଆନନ୍ଦ ବିଷୟରେ ବର୍ଣ୍ଣନା କରୁଛନ୍ତି।
Comments are closed.